ମନ୍ଦିର ସଂସ୍କୃତି, ଭାରତୀୟ ଆଧ୍ୟତ୍ମିକତା ଓ ଐତିହ୍ୟର ପ୍ରତୀକ: ବାଙ୍କୀ ବ୍ରହ୍ମପୁରାର ମୁକ୍ତେଶ୍ୱର ଶୈବମନ୍ଦିର ସଫେଇ ଓ ବୃକ୍ଷରୋପଣ

0 436

ବାଙ୍କୀ(ଆଶିଷ କୁମାର ମହାପାତ୍ର): ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ବାଙ୍କୀ ଶାଖା ଆନୁକୁଲ୍ୟରେ ଚତୁର୍ଥ ପାଳିରେ ପଦାର୍ପଣ କରିଛି । କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତି , ଆଧ୍ୟତ୍ମିକତା ଓ ଐତିହ୍ୟର ପ୍ରତୀକ ଭାବେ ମନ୍ଦିରର ସଫେଇ ଓ ସୁରକ୍ଷା ଉପରେ ପୂଜ୍ୟପୂଜା ଅନୁଷ୍ଠାନ ଗୁରୁତ୍ୱ ଦେଇଆସିଛି । ଏହି ପରିପ୍ରେକ୍ଷୀରେ ବାଙ୍କୀ ବ୍ଲକର ବ୍ରହ୍ମପୁରା ଗ୍ରାମର ପ୍ରସିଦ୍ଧ ଶୈବପୀଠ ମୁକ୍ତେଶ୍ୱର ମନ୍ଦିରରେ ସଫେଇ ସହ ବୃକ୍ଷରୋପଣ କରାଯାଇଛି । ମୋଗଲ ଶାସନ ସମୟରେ ରାଣା ପ୍ରତାପ ସିଂହଙ୍କ ସାନ ଭାଇ ଶାକ୍ତ ସିଂହଙ୍କ ପୁତ୍ର ରାମଶୁଭଗ୍ ସିଂହ ଉକ୍ତ ମୁକ୍ତେଶ୍ୱର ମନ୍ଦିର ଖ୍ରୀ.୧୬୪୮ମସିହାରେ ନିର୍ମାଣ କରିଥିଲେ । ମୋଗଲ ସମ୍ରାଟ ଶାହାଜାହାନଙ୍କ ରାଜତ୍ୱ ସମୟରେ ରାମଶୁଭଗ୍ ସିଂହ ବାଙ୍କୀ ସହ ୨୮ଗୋଟି ଗଡ଼ଜାତ ଅଂଚଳର କର ଆଦାୟ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ସିଂହଙ୍କ ଅଧିନରେ ୭୨ଜଣ କର୍ମ·ରୀ ଥିଲେ ଓ ସେମାନେ କର ଆଦାୟ କରି ରାମଶୁଭଗ୍ ସିଂହଙ୍କୁ ଅର୍ପଣ କରୁଥିଲେ । ଶହାଜାହାନ୍ଙ୍କ ପ୍ରତିନିଧି ଭାବେ ରାମଶୁଭଗ୍ ସିଂହ କାର୍ଯ୍ୟକରୁଥିଲେ । ପରବର୍ତ୍ତୀ ସମୟରେ ସେ ନିଳାମ୍ବର ସାହୁ ବା ସାହୁ ଗଣିତା ଭାବେ ପରିଚିତ ହେଲେ ଓ ତାଙ୍କ ଠାରେ ତାଙ୍କ ଅଜା ଆକବରଙ୍କ ପରି ହିନ୍ଦୁ ଓ ମୁସଲମାନମାନଙ୍କମଧ୍ୟରେ ଥିବା ଭେଦଭାବକୁ ଦୂରକରିବାକୁ ଚେଷ୍ଟା କରିଥିଲେ । ତେଣୁ ଆକବରଙ୍କ ପରି ସେ ହିନ୍ଦୁମାନଙ୍କର ବିଭିନ୍ନ ପର୍ବପର୍ବାଣୀରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରୁଥିଲେ । ଉକ୍ତ ମନ୍ଦିର ନିକଟରେ ସେ ଏକ ୭ଏକର କ୍ଷେତ୍ର ବିଶିଷ୍ଟ ଜଳାଶୟ ଯାହାର ନାମ ସାହୁଘର ପୋଖରୀ ଖୋଳାଇଥିଲେ । ଉକ୍ତ ପୋଖରୀରୁ ଜଳାଆସି ଠାକୁରଙ୍କ କାର୍ଯ୍ୟରେ ଲାଗିବା ସହ ସ୍ଥାନୀୟ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଲାଗୁଥିଲା । ବାଙ୍କୀର ତତ୍କାଳୀନ ରାଜାଙ୍କ ସହାୟତାରେ ବେଗୁନିଆ ଖଣନ୍ତି ଗ୍ରାମରୁ ଜଣେ ବ୍ରାହ୍ମଣ ବଳଭଦ୍ର କରକୁ ଆଣି ପୂଜା କାର୍ଯ୍ୟରେ ନିୟୋଜିତ କରିଥିଲେ । ବଳଭଦ୍ର କର କାଳକ୍ରମେ ଏଠାରେ ବାସିନ୍ଦା ହୋଇ ରହିଗଲେ ଓ ତାଙ୍କର ସମସ୍ତ ଖର୍ଚ୍ଚ ସାହୁ ଗଣିତା ଭରଣ କରୁଥିଲେ । ବ୍ରହ୍ମପୁରାସ୍ଥ ମାଳବିହାରପୁର ଗ୍ରାମର ମାଳିସେବକମାନେ ପ୍ରଭୁଙ୍କ ନିତ୍ୟକର୍ମ ପାଇଁ ନିୟୋଜିତ ହୋଇଛନ୍ତି । ମନ୍ଦିରର କାରୁକାର୍ଯ୍ୟ ଅତିବ ମନୋହର ଓ ମନ୍ଦିରର ମୁଖ ପଶ୍ଚିମ ଦିଗକୁ ରହିଛି । ମନ୍ଦିର ପାଶ୍ୱର୍ରେ ଗଣେଶ, କାର୍ତ୍ତିକେୟ ଓ ଅନ୍ୟାନ୍ୟ ପାଶ୍ୱର୍ ଦେବତା ରହିଛନ୍ତି । ଏଠାରେ ପ୍ରତି ସୋମବାର , ସଂକ୍ରାନ୍ତି ଓ ଜାଗର ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି । ପ୍ରଭୁ ମୁକ୍ତେଶ୍ୱରଙ୍କ ଗୁପ୍ତଧନ ୭ଗୋଟି ସ୍ଥାନରେ ରହିଛି ବୋଲି ଶୁଣାଯାଏ, ସେଗୁଡିକ ହେଲା ବୃକ୍ଷଗୁହୀ, ଗୌରୀକୁଞ୍ଜ, ଇନ୍ଦୁବିଳ, ପିକକୋଟର, ନାଗବିଳ, ମାଳତି ତୁଠ ଓ ଚମ୍ପାତୁଠ । ଏହି ସବୁ ସ୍ଥାନରେ ମାଣିକ, ମୋତି ଓ ସୁନା ଆଦି ପିତଳ ହଣ୍ଡାରେ ରଖାଯାଇଛି । ଏବେ ସେ ସବୁ ସ୍ଥାନକୁ ଠାବ କରିବା କଷ୍ଟକର ଅଟେ । ଖ୍ରୀ.୧୯୯୭ମସିହାରେ ଭାରତୀୟ ପତ୍ନତତ୍ୱ ବିଭାଗ ଏହି ମନ୍ଦିରକୁ ହାତକୁ ନେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଓ ଏହା ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ ହେଉଛି । ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି କବି ସୁନୀଲ ମିଶ୍ର ଓ ମୁଖ୍ୟ ସଂଯୋଜକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ ପରିଚାଳନାରେ ଆଡ୍ଭୋକେଟ ପ୍ରଦୀପ କୁମାର ପଟ୍ଟନାୟକ, କବି ଲଲାଟେନ୍ଦୁ ପଣ୍ଡା, ଶିକ୍ଷକ ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ହୃଦାନନ୍ଦ ପ୍ରହରାଜ, ନବକିଶୋର ସେଠୀ, ସୂର୍ଯ୍ୟମଣି ବେହେରା, ଯୁବନେତା ଧନେଶ୍ୱର ବଳିୟାରସିଂ, ନିବାସ ବେହେରା, ଅରବିନ୍ଦ ସାହୁ, ରଞ୍ଜିତ ସେଠ, ଅଶୋକ ଗୁରୁ, ପ୍ରଦୀପ ଘଡେଇ, ରାଜେଶ ବେହେରା, କାହ୍ନା ବେହେରା, ସୌମ୍ୟରଞ୍ଜନ ଘଡେଇ , ଶ୍ରୀଧର ବେହେରା ,ଶୁଭଶଙ୍କର ବେହେରା, ଉପେନ୍ଦ୍ର ବେହେରା, ପାଲାଗାୟକ ବିନୋଦ ବିହାରୀ ରାଉତ, ଭରତ ଚନ୍ଦ୍ର ବେହେରା, ରାଜକିଶୋର ଗୁରୁ ପ୍ରମୁଖ ଯୋଗଦାନ କରି ମନ୍ଦିର ପାଶ୍ୱର୍ ଓ ପରିସର ସଫେଇ କରିବା ସହ ବିଭିନ୍ନ ପ୍ରକାରର ଫଳ ଓ ଫୁଲ ଗଛ ରୋପଣ କରିଥିଲେ । ଏପରି କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ଭୂୟସିଂ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

12 − 9 =