ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟକୁ ଅଚାନକ ଗସ୍ତ

0 466

ଖୋର୍ଦ୍ଧା(ଅନସୂୟା ଶ୍ରୀଚନ୍ଦନ) : ସୋମବାର ଅଚାନକ ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟକୁ ଗସ୍ତ କରିଛନ୍ତି ପଞ୍ଚାୟତିରାଜ, ନଗର ଉନ୍ନୟନ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା । ମନ୍ତ୍ରୀ 10ଟା 10 ମିନିଟ ସମୟରେ ଖୋର୍ଦ୍ଧା ବ୍ଲକ କାର୍ଯ୍ୟଳୟକୁ ଯାଇଥିବା ବେଳେ ସେଠାରେ ବିଡ଼ିଓଙ୍କ ସମେତ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଅନୁପସ୍ଥିତି ଦେଖି ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ସୋମବାର ଅଭିଯୋଗ ଶୁଣାଣି ଥିବା ସତ୍ତ୍ବେ କେଉଁ କାରଣରୁ ବିଡ଼ିଓ ଅନୁପସ୍ଥିତ ଅଛନ୍ତି ବୋଲି ମନ୍ତ୍ରୀ ଅନ୍ୟ କର୍ମଚାରୀଙ୍କୁ ପଚାରିଥିଲେ । ବ୍ଲକ କାର୍ଯ୍ୟାଳୟରେ ପ୍ରାୟ ଏକ ଘଣ୍ଟା ଧରି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ ମନ୍ତ୍ରୀ । ତେବେ ଘଣ୍ଟାଏ ଡେରିରେ ବିଡ଼ିଓ ଅଫିସରେ ପହଞ୍ଚିବା ପରେ ତାଙ୍କ ଉପରେ ଖପ୍ପା ହେବା ସହ ଏଭଳି ନକରିବାକୁ ତାଗିଦ କରିଥିଲେ ମନ୍ତ୍ରୀ । ଏହାପରେ ଖୋର୍ଦ୍ଧା ପୌର ପରିଷଦକୁ ଗସ୍ତ କରି ସେଠାରେ ବିଭିନ୍ନ ବିଭାଗର କାର୍ଯ୍ୟକୁ ଅନୁଧ୍ୟାନ କରି ଫେରିଥିଲେ । ତେବେ ମନ୍ତ୍ରୀଙ୍କ ଗସ୍ତ ସମୟରେ ବ୍ଲକ ଅଫିସରେ ବହୁ କର୍ମଚାରୀ ଅନୁପସ୍ଥିତ ଥିବା ସତ୍ତ୍ବେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.

17 − 2 =