ପାରାଦ୍ୱୀପ ବନ୍ଦରର ସ୍ୱରେଜ ଟ୍ରିଟମେଣ୍ଟ ପ୍ଳାଣ୍ଟର ବ୍ୟବହାରିକ ପରୀକ୍ଷଣ କଲେ ବନ୍ଦର ଅଧ୍ୟକ୍ଷ

0 513


ପାରାଦ୍ୱୀପ(ଦିପ୍ତୀରଂଜନ ଦାସ) : ପାରାଦ୍ୱୀପ ବନ୍ଦର ସହରରେ ବହୁ ପ୍ରତିକ୍ଷୀତ ସ୍ୱରେଜ ଟ୍ରିଟ୍ମେଣ୍ଟ ପ୍ଳାଣ୍ଟର ଏକ ବ୍ୟବହାରିକ ପରୀକ୍ଷଣ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ଦ୍ୱାରା ସୋମବାର ଦିନ ଅନୁÂିତ ହୋଇଯାଇଛି । ୨୨କୋଟି ଟଙ୍କା ବ୍ୟୟରେ ନିର୍ମିତ ଦୁଇଟି ପ୍ଳାଣ୍ଟର ଦୈନିକ ୪.୫ ମିଲିୟନ ଲିଟର ଅଶୋଧିତ ଜଳ ଏଥିରେ ବିଶୋଧନ ହୋଇ ନଦୀକୁ ଛଡା ଯିବ, ଏବଂ ଏଥିରୁ ନିର୍ଗତ ଆବର୍ଜନା କମ୍ପୋଷ୍ଟ ହୋଇ ସ୍ଥାନୀୟ ଅଞ୍ଚଳରେ ବୃକ୍ଷ ଓ ବଗିଚା ମାନଙ୍କରେ ଖତ ଆକାରରେ ବ୍ୟବହୃତ ହେବା ସଙ୍ଗେ ସଙ୍ଗେ ଏହାର ଜଳ ବୃକ୍ଷ ମାନଙ୍କରେ ସିଞ୍ଚନ କରାଯିବ । ଏହି ପ୍ରକଳ୍ପକୁ ମୁମ୍ବାଇର ରିଚାର୍ଡସନ ଆଣ୍ଡ କ୍ରୁଡାଶ ସଂସ୍ଥାଦ୍ୱାରା ନିର୍ମାଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ଏକୀକରଣ ସ୍ୱଚ୍ଛ ପ୍ରକଳ୍ପରେ ଲକ୍ଷ୍ୟ ହେଲା ସର୍ବୋପରି ସହରରେ ବର୍ଜ୍ୟ ଜଳକୁ ବିଶୋଧନ କରାଯିବ । ଏହି ଦୁଇଟି ପ୍ଳାଣ୍ଟ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ବନ୍ଦର କର୍ତ୍ତୃପକ୍ଷଙ୍କ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.

4 × one =