ମା’ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ଷ ଉପଚାରର ଦ୍ୱାଦଶ ପର୍ବ

0 1,389

ବାଙ୍କୀ(ଆଶିଷ କୁମାର ମହାପାତ୍ର): ବାଙ୍କୀ ଋଚିକ ଗିରି ବାସିନୀ ମା’ଚର୍ଚ୍ଚିକାଙ୍କ ଶାରଦୀୟ ଷୋଡ଼ଶ ପୂଜାର ଦ୍ୱାଦଶ ପର୍ବ ଆଜି ଗୁରୁବାର ସମସ୍ତ ନୀତିକ୍ରାନ୍ତିରେ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ପହଡ଼ ଖୋଲାଯିବା ପରେ ମା’ଙ୍କ ମଙ୍ଗଳଆଳତି ଓ କୁମ୍ଭାଭିଷେକ ଆଦି ନୀତି ଅନୁଷ୍ଠିତ ହୋଇଥିଲା । ମାଣ୍ଡୁଅ ଓ ମଧ୍ୟାହ୍ଣ ଭୋଗ ପରେ ବିଶ୍ରାମ ପାଇଁ ମା’ଙ୍କ ପହଡ଼ ବନ୍ଦ କରାଯାଇଥିଲା । ସନ୍ଧ୍ୟା ପୂର୍ବରୁ ପହଡ଼ ଖୋଲାଯାଇ ସନ୍ଧ୍ୟା ଆଳତି , ସହସ୍ର କୁମ୍ଭାଭିଷେକ ଓ ମାଜଣା ପରେ ଦ୍ୱାଦଶ ପର୍ବର ବେଶ କରାଯାଇଥିଲା । ରାତ୍ରି ଧୂପରେ ମା’ଙ୍କ ପାଖରେ ଦହି ପଖାଳ , ଅଧର ପଣା, ବଡସିଂହାର ଆଦି ଭୋଗର ବ୍ୟବସ୍ଥା କରାଯାଇଥିଲା । ମା’ଚର୍ଚ୍ଚିକାଙ୍କ ପୀଠରେ ଆସନ୍ତା କାଲି ମହାସପ୍ତମୀ,ଶିନିବାର ମହାଷ୍ଟମୀ, ରବିବାର ନବମୀ ଓ ସୋମବାର ବିଶ୍ରାମ, ମଙ୍ଗଳବାର ଦଶହରା ପର୍ବ ପାଳନ ପାଇଁ ପ୍ରସ୍ତୁତି ଯୋରସରରେ ଚାଲିଛି । ଏହି ଦିନମାନଙ୍କରେ ମା’ଙ୍କ ଦର୍ଶନପାଇଁ ହଜାର ହଜାର ଭକ୍ତଙ୍କ ସମାବେଶ ହେବାର ସମ୍ଭବନା ରହିଛି । ମା’ଙ୍କ ନୀତିକାନ୍ତି ଠିକ୍ ଭାବରେ ପାଳନ ହେବାପାଇଁ ମନ୍ଦିର ଟ୍ରଷ୍ଟି ଓ ସେବାୟତମାନଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଟ୍ରଷ୍ଟି କାଳନ୍ଦି ଚରଣ ମହାପାତ୍ର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

five × 1 =