ଭିଜିଲାନ୍ସ୍ ଜାଲରେ ସରପଂଚ

0 544

ବାଙ୍କୀ:ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଳକ ଅନ୍ତର୍ଗତ ଶିମିଳିପୁର ଗ୍ରାମପଂଚାୟତର ସରପଂଚ ଲକ୍ଷ୍ମୀପ୍ରିୟା ସାହୁ ଆଜି କରବର ଗ୍ରାମର ନିତ୍ୟାନନ୍ଦ ସେଠଙ୍କ ଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ଭିଜିଲାନ୍ସ୍ ଅଧିକାରୀ ଘଟଣା ସ୍ଥଳରୁ ଟଙ୍କାକୁ ଜବତ କରିବା ସହ ସରପଂଚ ଲକ୍ଷ୍ମୀପ୍ରିୟା ସାହୁ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ତରାଇଙ୍କୁ ଅଧିକ ତଦନ୍ତ ପାଇଁ ସଂଗେ ସଂଗେ କଟକ ଭିଜିଲାନ୍ସ୍ କାର୍ଯ୍ୟାଳୟକୁ ନେଇଯାଇଛନ୍ତି । ଏ ସଂପର୍କରେ ଡମପଡ଼ା ବ୍ଲକ ବି.ଡି.ଓ ଆର୍ତ୍ତବନ୍ଧୁ ଲେଙ୍କାଙ୍କୁ ପଚାରିବାରେ ସେ କହିଲେ ଏ ସଂପର୍କରେ ମୁଁ କେବଳ ଶୁଣିଛି କିନ୍ତୁ ସଠିକ୍ ତଥ୍ୟ କହିପାରିବିନି ।

Leave A Reply

Your email address will not be published.

eight + 1 =