ବାଙ୍କୀ (ଆଶିଷ କୁମାର ମହାପାତ୍ର): ଧଳାପଥର-କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣି ସାହୁଙ୍କର ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାସଙ୍କ ସଂଯୋଜନାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧରମୁଧର ଝୁଝାର ସିଂ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରବଚକ ତଥା ଶିକ୍ଷକ ଡଃ ଗଣେଶ୍ୱର ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରୀ ମାନେ ପ୍ରଧାନ ଶିକ୍ଷୟତ୍ରୀଙ୍କ ଭଳି ଶ୍ରେଷ୍ଠ ପ୍ରଶାସିକା ହୋଇ ସୁନାମ ଅର୍ଜନ କରିବାକୁ ଉପଦେଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଓମ ଶାନ୍ତି ଆଶ୍ରମ କଳାପଥର ଶାଖାର ମୁଖ୍ୟ ଭଉଣୀ ଜାଜ୍ଞସେନୀ ଯୋଗ ଦେଇ କହିଲେ କଲ୍ୟାଣି ଭଉଣୀ ବିଦ୍ୟାଳୟ ଆରମ୍ଭରୁ ଚାକେରୀ କରି ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନ ପ୍ରତି ଅବଦାନ ଅପୁରଣୀୟ । ଉତ୍ତମ ଶିକ୍ଷା ଦୀକ୍ଷା,ପରିବେଶ ସଫାସୁତରା ସହ ପିଲା ମାନଙ୍କୁ ବିଭିନ୍ନ ଉପଦେଶ ଯୋଗୁଁ ସେ ଅଜି ସମସ୍ତଙ୍କର ହୃଦୟରେ ସ୍ଥାନ ପାଇ ପାରିଛନ୍ତି । ସମ୍ମାନୀତ ଅତିଥି ଭାବେ କବି ରବିନାରାୟଣ ମଙ୍ଗରାଜ,କଳାପଥର ପଞ୍ଚାୟତର ପୂର୍ବତନ ସରପଞ୍ଚ ମିରଜା ସେଦ୍ଧାର ଅଲ୍ଲୀବେଗ,ଧଳାପଥର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚସୁରଜ ପ୍ରସାଦ ସୁବୁଦ୍ଧି,ସମାଜସେବୀ ରôତାକର ମହାପାତ,ଗୋବିନ୍ଦ ଚନ୍ଦ୍ର ମହାପାତ୍ର,ଶିକ୍ଷାବିତ ଲୋକନାଥ ସାହୁ,ବାଙ୍କୀ କଲେଜର ଅବସରପ୍ରପ୍ତ ପ୍ରନ୍ସପାଲ ଭରତ ଚନ୍ଦ୍ର ସାମନ୍ତରା,ଡଃ ବୈକୁଣ୍ଠ ନାଥ ସ୍ୱାଇଁ,ସ୍ୱଛ ଭାରତ ସଭାନେତ୍ରୀ ସୁଜାତା ମହାପାତ୍ର୍ର,ସମିତିସଭ୍ୟା ମାୟାଧର କରଣ,ଶିକ୍ଷାବିତ ବସନ୍ତ ନାୟକ,ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ଚୋ÷ଧୁରୀ,ଶିକ୍ଷକ ପ୍ରଭାସ ଚୈାଧୁରୀ,କଳାପଥର-ଧଳାପଥର ବଏଜ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ରଣା,ସିଆସି ସି ରôତପ୍ରଭା ସାହୁ, ବାଙ୍କୀ ବ୍ଳକ ଓଷ୍ଟା ସଂମ୍ପାଦକ ଭାବଗ୍ରାହି ମହାପାତ୍ର, ଶିକ୍ଷକ ବ୍ରଜବିହାରି ପଣ୍ଡା ପ୍ରମୁଖ ଯୋଗଦେଇ ଅବସର ନେଇଥିବା ପ୍ରଧାନଶିକ୍ଷୟତ୍ରୀ କଲ୍ୟାଣି ସାହୁଙ୍କ କାର୍ଯ ଦକ୍ଷତା ଉପରେ ଭୁରି ଭୁରି ପ୍ରଶଂସା କରିଥିଲେ । ଛାତ୍ରୀ ଶୁଭଶ୍ରୀ ଷଡଙ୍ଗୀ,ସ୍ମୃତିପ୍ରଜ୍ଞା ପ୍ରୀୟଦର୍ଶନୀ,ସୋନାଲି ସାହୁ,ଲିପ୍ସା ଦାସ ପ୍ରଥମେ ଜଗନ୍ନାଥଙ୍କ ଜଣାଣ ଗାନ କରି ପ୍ରଧାନ ଶିକ୍ଷୟତ୍ରୀ କଲ୍ୟାଣି ସାହୁଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କର୍ମ୍ମଚାରି ଅଭାବ ଥିବାରୁ ଅବସର ନେଇଥିବା ପ୍ରଧାନ ଶିକ୍ଷୟତ୍ରୀ ସହେଯୋଗର ହାତ ବଢାଇବାକୁ ଅନୁରୋଧ କରିବା ସହ ଖାଲି ପଡିଥିବା ପଦବୀ ଗୁଡିକ ପୁରଣ କରିବାକୁ ଛାତ୍ରୀ ମାନଙ୍କ ସମେତ ଶିକ୍ଷକମାନେ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଚୈତନ୍ୟ ଭୋଇ, ଗୋପିନାଥ ଦାସ,କୃଷ୍ଣଚନ୍ଦ୍ର ପ୍ରଧାନ,କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଦାୟିତ୍ରେ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପ୍ରଚେଷ୍ଠାରେ ବଡ ଦିଦିଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ଉପଢୋକନ ଦେଇ ବିଦାୟୀ ଜଣାଇବା ସହ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଏବଂ ୍ର ଛାତ୍ରୀ ତାଙ୍କ କଳାପଥର ଆଡୁଆସାହି ବାସଭବନରେ ବିଦାୟ ଜଣାଇିଥିଲେ ।