ବାଙ୍କୀ ବିଜେପି ପକ୍ଷରୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା

0 1,530

ବାଙ୍କୀ(ଆଶିଷ କୁମାର ମହାପାତ୍ର)ଆଜି ବାଙ୍କୀ ବିଜେପି ପକ୍ଷରୁ ନଗର ମଣ୍ଡଳରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ବାଙ୍କୀ କଚେରୀ ନିକଟସ୍ଥ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରୀ ପାଢୀ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ । ଏହି ପଦଯାତ୍ରାରେ ବିଜେପିର କାର୍ଯ୍ୟକର୍ତ୍ତା ଓ ଦଳିୟ କର୍ମୀମାନେ ଜାତିୟ ପତାକା ଓ ଗାନ୍ଧୀ ଦର୍ଶନର ବାର୍ତ୍ତା ଫ୍ଲାଗ୍ କାର୍ଡ ଧରି ବିଭିନ୍ନ ୱାର୍ଡ ପରିକ୍ରମା କରି ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଡ୍ଭୋକେଟ୍ ଯଯାତି କେଶରୀ ପଟ୍ଟନାୟକ , ଉତ୍କଳ ମନ୍ତ୍ରୀ , ଦେବୀ ପ୍ରସାଦ ମହାନ୍ତି, ଶତ୍ରୁଘନ ସାହୁ, ପ୍ରମୋଦ ସାମଲ, ପ୍ରସନ୍ନ ପାଢୀ, ସୁବଳ ମନ୍ତ୍ରୀ, ପ୍ରସନ୍ନ ସ୍ୱାଇଁ , ରବିନ୍ଦ୍ର କୁମାର ସାହୁ, ଜଗନ୍ନାଥ ନାୟକ, ଶ୍ରୀକୃଷ୍ଣ ବେହେରା, ତପନ ବେହେରା, ବନୋଜ ହାତୀ, ଅଜିତ୍ ସୁବୁଦ୍ଧି, ସୁକାନ୍ତ ରଣା, ଦୁର୍ଯ୍ୟଧନ ରଣା, ସଂଜୟ ରଣା, ମାଧବ ବେହେରା, କାର୍ତ୍ତିକ ବେହେରା ପ୍ରଭୃତି କାର୍ଯ୍ୟକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ରଣପୁର ଗ୍ରାମର ବରିଷ୍ଠ କଂଗ୍ରେସ ନେତା ତାଙ୍କ ସହଯୋଗୀମାନଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ବିଜେପିର ମୁଖ୍ୟ ସଂଯୋଜକ ଲକ୍ଷ୍ମୀଧୀର ବେହେରାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

thirteen − 6 =