ଭାରତ ଓ ବାଂଲାଦେଶ ମଧ୍ୟରେ ଉର୍ଜା ବନ୍ଧନର ସଂଯୋଗ ସେତୁ ସ୍ଥାପନ : ଧର୍ମେନ୍ଦ୍ର

0 589


 ବାଂଲାଦେଶରୁ ଭାରତର ଉତର-ପୂର୍ବ ରାଜ୍ୟ ସମୂହକୁ ଆସିବ ରନ୍ଧନ ଗ୍ୟାସ
 ବାଂଲାଦେଶରୁ ଉତର-ପୂର୍ବର ଅନେକ ରାଜ୍ୟକୁ ସହଜରେ ପହଁଚିବ ରନ୍ଧନ ଗ୍ୟାସ
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦ୍ୱାରା ଭାରତ ଓ ବାଂଲାଦେଶ ମଧ୍ୟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଦୁଇ ଦେଶ ମଧରେ ଉର୍ଜା ବନ୍ଧନର ସଂଯୋଗ ସେତୁ ସ୍ଥାପନ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ‘ପ୍ରଥମ ନେବରହୁଡ୍’ ପଲିସି ଭାରତ- ବାଂଲାଦେଶର ଉର୍ଜା ନିର୍ବନ୍ଧକୁ ନୂଆ ସ୍ତରକୁ ନେଇଛିା ଏହି ପ୍ରକଳ୍ପରେ ବାଂଲାଦେଶରୁ ଭାରତର ଉତର-ପୂର୍ବ ରାଜ୍ୟ ସମୂହକୁ ରନ୍ଧନ ଗ୍ୟାସ ଆସିବ । ଫଳରେ ବାଂଲାଦେଶରୁ ଉତର-ପୂର୍ବର ଅନେକ ରାଜ୍ୟକୁ ରନ୍ଧନ ଗ୍ୟାସ ସହଜରେ ପହଁଚି ପାରିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଚୁକ୍ତି ଐତିହାସିକ ପଦକ୍ଷେପ । ଏହା ଦ୍ୱାରା ଆଗାମୀ ଦିନରେ ଦୁଇ ପୋଡଶୀ ଦେଶ ଭିତରେ ଉର୍ଜା ସଂଯୋଗ୍ ମଜବୁତ୍ ହେବ । ଆଗାମୀ ଦିନରେ ଏହି ପ୍ରକଳ୍ପ ଉଭୟ ଦେଶର ବିକାଶ ଏବଂ ପ୍ରଗତି ହେବ । ଯାହାର ପରିଣାମସ୍ୂରୂପ ଦୁଇ ରାଷ୍ଟ୍ରରେ ଅର୍ଥନୀତି ଅଭିବୃଦ୍ଧି ଘଟିବା ସହ ଏବଂ ରୋଜଗାର ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

19 − 15 =