ମଦର ସୋସିଆଲ ସର୍ଭିସ ପକ୍ଷରୁ ମାନସିକ ରୋଗୀଙ୍କୁ ସେବା ପ୍ରଦାନ

0 567


କୁଜଙ୍ଗ(ରଂଜିତ କୁମାର ପଣ୍ଡା): ମଦର ସୋସିଆଲ ସର୍ଭିସ ସ୍ୱେଛାସେବୀ ପକ୍ଷରୁ ପାରାଦୀପର ବିଭିନ୍ନ ଅଂଚଳରେ ବୁଲୁଥିବା ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତି ମାନଙ୍କୁ ସେବା ପ୍ରଦାନ କରିଥିବା ଜଣା ପଡ଼ିଛି । ପରାମର୍ଶ ଦାତା ଦେବେନ୍ଦ୍ର ଛାଟୋଇ, ସଭାପତି ପ୍ରସନ୍ନ ଲେଙ୍କା, ସମ୍ପାଦକ ଦୀପକ ଛାଟୋଇ, ଉପସଭାପତି ରାଜେଶ ବେହେରା, କୋଷାଧ୍ୟକ୍ଷ ଗୌତମ ଛାଟୋଇ, ସହସମ୍ପାଦକ ମିଥୁନ ସ୍ୱାଇଁ ପ୍ରମୁଖ ପାରାଦୀପର ଜନଗହଳୀ ପୂର୍ଣ୍ଣ ସ୍ଥାନ ବଡ଼ପଡିଆଠାରେ ବୁଲୁଥିବା ମାନସିକକ ରୋଗୀ ମାନଙ୍କର କେଶ ମଣ୍ଡନ ଆଦି କାର୍ଯ୍ୟ କରିଥିଲେ । ସେମାନଙ୍କୁ ଭୋଜନ ଏବଂ ନବ ବସ୍ତ୍ର ପରିଧାନ କରାଇଥିଲେ । ସମ୍ପୃକ୍ତ ଯୁବକ ମାନେ କୁଜଙ୍ଗ, ପଙ୍କପାଳ, ଭୂତମୁଣ୍ଡାଇ ଆଦି ସ୍ଥାନରେ ବୁଲୁଥିବା ମାନସିକ ରୋଗୀ ମାନଙ୍କୁ ମଧ୍ୟ ଏହି ସେବା ପ୍ରଦାନ କରୁଥିବା ଜଣାପଡ଼ିଛି । ସୁବାଷ ସ୍ୱାଇଁ, ଟୁଟୁନା ନାୟକ, ସୁମନ୍ତ ଦାସ, ସୁବାଷ ସ୍ୱାଇଁ, ଚନ୍ଦନ ବେହେରା, ସୁଶାନ୍ତ ଛାଟୋଇ, ପପିନା ନାୟକ,ସାଗର ଛାଟୋଇ ପ୍ରମୁଖ ସଙ୍ଗଠନର ସଦସ୍ୟ ମାନେ ଏହି କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.

seventeen − 5 =