ଭୂତମୁଣ୍ଡାଇରେ ସୁପରସ୍ପେଶିଆଲଟି ହସ୍ପିଟାଲ ଦାବି : ନଭେମ୍ବର ୨୯ରେ ମେଡିକାଲ ପ୍ରତିଷ୍ଠା ପାଇଁ ମାନବ ଶୃଙ୍ଖଳ

0 529


କୁଜଙ୍ଗ(ରଂଜିତ କୁମାର ପଣ୍ଡା): ଉଭୟ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲାବାସୀ ପାରାଦ୍ୱୀପ ଶିଳ୍ପ ପ୍ରଭାବ ଜନିତ ପ୍ରଦୂଷଣ ଯୋଗୁ ରେଗରେ ସଢୁଛନ୍ତି । ପ୍ରତିଦିନ କର୍କଟ ପରି ବିବିଧ ମହାମାରୀରେ ଜୀବନ ଯାଉଥିବା ବେଳେ ଉଭୟ ଜିଲାର ସଂଯୋଗସ୍ଥଳୀ ଭୂତମୁଣ୍ଡାଇ ଠାରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ଦେଢ ବର୍ଷ ଆନେ୍ଦାଳନ ଚଳାଇ ଆସୁଛନ୍ତି । ଏହାରି ମଧ୍ୟରେ ପାରାଦ୍ୱୀପ ବନ୍ଦର ସମେତ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବହୁ ମନ୍ତ୍ରୀ ଓ ଅଧିକାରୀ ଏହି ଅଂଚଳରେ ମେଡିକାଲର ପ୍ରତିଷ୍ଠା ନେଇ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା କାର୍ଯ୍ୟକାରୀ କରୁନଥିବାରୁ ଏବେ ଜନଅସନ୍ତୋଷ ବିସ୍ଫୋରକ ରୂପ ନେଉଥିବାର ସୂଚନା ମିଳୁଛି । ଏହି ମର୍ମରେ ମେଡିକାଲ ପ୍ରତିଷ୍ଠା ପାଇଁ ଅଂଚଳ ବାସୀଙ୍କ ଦାବି ରହୁଥିବା ବେଳେ ଏହାର ନେତୃତ୍ୱ ନେଉଥିବା ଆଂଚଳିକ ସୁରକ୍ଷା ସମିତି ଚଳିତ ୨୩ରେ ବିରାଟ ମାନବ ଶୃଙ୍ଖଳ ପ୍ରତିବାଦ କରିବାକୁ ଘୋଷଣା କରି ପ୍ରସ୍ତୁତିକୁ ଜୋରଦାର କରିଥିଲା । ମାତ୍ର ଆଗାମୀ ଲଘୁଚାପ ଓ କେତକ ପ୍ରାକୃତିକ ବିପର୍ଯ୍ୟୟର ପ୍ରାକ ସୂଚନ ।ମିଳିବା ପରେ ଏହି ୨୩ ତାରିଖ ପରିବର୍ତ୍ତେ ସମିତି ତାର ଆନେ୍ଦାଳନକୁ ନଭେମ୍ବର ୨୯ ତାରିଖ ଶୁକ୍ରବାରକୁ ଘୁଚାଇ ଦେଇଥିବା ଜଣାପଡିଛି । ଭୂତମୁଣ୍ଡାଇ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ସରପଂଚ ଜ୍ୟୋତିର୍ମୟୀ ସ୍ୱାଇଁଙ୍କ ପୌରହିତ୍ୟରେ ହୋଇଥିବା ଏହି ବୈଠକରେ ସମିତିର ମୁଖ୍ୟ ଆବାହକ ରଘୁନାଥ ସାହୁ ସୂଚନା ଦେଇ କହିଛନ୍ତି ଏହା ଆଖପାଖ ୨୦ ପଂଚାୟତର ସାଧାରଣ ଜନତା ଏହି ଠାରେ ମେଡିକାଲ ପ୍ରତିଷ୍ଠା ପାଇଁ ଏବେ ଆନେ୍ଦାଳନ ଉନ୍ମୁଖ । ଲୋକଙ୍କ ଭାବାବେଗକୁ ପ୍ରଶାସନ ପରଖୁନଥିବା ବେଳେ ବାଧ୍ୟ ହୋଇ ସମିତି ପ୍ରତୀକାତ୍ମକ ପ୍ରତିବାଦ ସ୍ୱରୂପ ୧୫ କିମିର ବିରାଟ ମାନବ ଶୃଙ୍ଖଳ କରିବ । କେତକ ଅନିର୍ବାଯ୍ୟ, ପାର୍ବଣ ଓ ପ୍ରାକୃତିକ କାରଣ ପାଇଁ ଏହି ପ୍ରତିବାଦ ଚଳିତ ୨୩ ତାରିଖ ପରିବର୍ତ୍ତେ ଆସନ୍ତା ମାସ ୨୯କୁ ଘୁଛାଇ ଦିଆଯାଇଛି । ମାତ୍ର ଏହାରି ମଧ୍ୟରେ ଉଭୟ ଜିଲାର ଶିଳ୍ପ ପ୍ରଭାବିତ ଗ୍ରାମରେ ସମିତି ଗ୍ରାମରେ ସଚେତନତା ସୃଷ୍ଟି କରିବା ପାଇଁ ଶିଳ୍ପ ପ୍ରଦୂଷଣର ଭୟାବହତା ଓ ଦେଶରେ ଅନ୍ୟ ବନ୍ଦର ସହରମାନଙ୍କରେ ସ୍ୱାସ୍ଥ୍ୟ ସେବାର ଯେଉଁ ସୁବିଧା ଉପଲବ୍ଧ, ତାହା ପାରାଦ୍ୱୀପ କଣ ପାଇଁ ନାହିଁ ସେଥିପାଇଁ ଯୁବକମାନଙ୍କୁ ନେଇ ଶିବିର, କର୍ମଶାଳା ସହ ମହିଳା ସଂଗଠନକୁ ମଧ୍ୟ ଜାଗରଣ କରାଯିବ ବୋଲି ସମିତିର ବହୁ ସଦସ୍ୟ ମତବ୍ୟକ୍ତ କରିଛନ୍ତି । ସମିତିର ସହ ଆବାହକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସଂଜୟ କୁମାର ବେହେରା, ଇଂ ସଂଜୟ କୁମାର ସ୍ୱାଇଁ, ପ୍ରମୋଦ କୁମାର ଜେନା, ଦୁଷ୍ମନ୍ତ ମାଝୀ, ବାବୁରାମ ଚୌଧୁରୀ, ଜନକୀ ବାଳା ମହାରଥା, ଧିରେନ୍ଦ୍ର କୁମାର ସ୍ୱାଇଁ, ଦେବବାଳା ମହାପାତ୍ର, ମିନର୍ଭା ପରିଡା, ପ୍ରଶାନ୍ତ ଚୌଧୁରୀ, ରଂଜିତ୍ ସାମଲ, ରଶ୍ମୀରଂଜନ ସାହୁ, ଦେବେନ୍ଦ୍ର ମହାନ୍ତି, ରାହାମା ପ୍ରେସ୍ କ୍ଲବ୍ର ସଭାପତି ମାନସ ରଂଜନ ମହାନ୍ତି, ରଞ୍ଜିତ କୁମାର ପଣ୍ଡାଙ୍କ ସହ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ।

Leave A Reply

Your email address will not be published.

one × 1 =