ଜେନେଭା (ଏଜେନସି) : ପ୍ରବାସୀ ଭାରତୀୟ ଅଭିଜିତ୍ ବାନାର୍ଜୀ ଓ ତାଙ୍କ ବିଦେଶିନୀ ପତ୍ନୀ ଏସ୍ଥର ଡୁଫଲୋ ଏବଂ ମାଇକେଲ୍ କ୍ରେମରଙ୍କୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର -2019 ମିଳିଛି।ଏଠାରେ ସୂଚନାଯୋଗ୍ୟ, ଅଭିଜିତ୍ ବାନାର୍ଜୀ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ ମେଧାବୀ।ସଂପ୍ରତି ସେ ଆମେରିକାର ଏମ୍ଆଇଟି (ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି)ରେ ଇକୋନୋମିକ୍ସ ପ୍ରଫେସର୍ ଅଛନ୍ତି।1961ରେ କୋଲକାତାରେ ଜନ୍ମିତ ଅଭିଜିତ୍ 1983ରେ ଜେଏନୟୁରୁ ପୋଷ୍ଟଗ୍ରାଜୁଏସନ୍ କରିଛନ୍ତି।ତାଙ୍କ ବାପା ଦୀପକ ବାନାର୍ଜୀ ପ୍ରେସିଡେନ୍ସି କଲେଜର ପୂର୍ବତନ ଇକୋନୋମିକ୍ସ ପ୍ରଫେସର୍ ଓ ମା’ ନିର୍ମଳା ଜଣେ ସୋସିଆଲ୍ ସାଇନ୍ସର ପ୍ରଫେସର୍।ସୂଚନାଯୋଗ୍ୟ,ପୂର୍ବରୁ ସେହି କୋଲକତାର ଅମର୍ତ୍ତ୍ୟ ସେନ୍ ମଧ୍ୟ ଅର୍ଥନୀତିରେ ନୋବେଲ୍ ପାଇସାରିଛନ୍ତି।