କୁଜଙ୍ଗ(ରଂଜିତ କୁମାର ପଣ୍ଡା): କୁଜଙ୍ଗ ବ୍ଲକ୍ ପଙ୍କପାଳ ପଂଚାୟତ ଜନାପାଳ ଛକରେ ମା’ ଗଜଲକ୍ଷ୍ମୀ ସାଂସ୍କୃତିକ ପରିଷଦ ପକ୍ଷରୁ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି । ଗତ ସପ୍ତାହରେ ମା’ଙ୍କ ପାଇଁ ପବିତ୍ର ମାଟି ଅନୁକୂଳ କରାଯାଇଥିବା ବେଳେ କଳସ ଶୋଭାଯାତ୍ରା ସହ ମା’ଙ୍କ ଆବାହନୀ କରାଯାଇଛି । ଏହି ମର୍ମରେ ଗ୍ରାମର ଯୁବକମାନେ ପବିତ୍ର କଳସୀ ଧରି ଗ୍ରାମ ପରିକ୍ରମା କରି ପୂଜାମଣ୍ଡପରେ ଉପସ୍ଥିତ ହୋଇଥିଲେ । ସେମାନଙ୍କୁ ଗ୍ରାମର ମହିଳା ମାନେ ବନ୍ଦାପନା କରି ସ୍ୱାଗତ କରିଥିଲେ । ସଂନ୍ଧ୍ୟାରେ ହୋମ ଓ ଯଜ୍ଞ ଆଦି ଅନୁÂିତ ହେଉଥିବା ବେଳେ ୫ ଦିନବ୍ୟାପୀ ପାଲା,ଭଜନ, ନାମ ଯଜ୍ଞ ସହ ଅନ୍ନ ଯଜ୍ଞ ମଧ୍ୟ କରାଯାଉଛି । ଏହି ପୂଜାକୁ ଅକ୍ଷୟ ଦାସ, ଅଶୋକ ଦାସ, ନିକୁଞ୍ଜ କିଶୋର ଚୌଧୁରୀ, ପ୍ରଦୀପ୍ତ ପ୍ରଧାନ, ଧିରେନ୍ଦ୍ର ଦାସ, ଅକ୍ଷୟ ସାହୁ, ବାବୁ ଦାସ, ଅକ୍ଷୟ ଦାସ(ଅଖନ), ଶରତ ଦାସ, ରମେଶ ପ୍ରଧାନ, ଗଗନ ସାହୁ, ଜିତେନ୍ଦ୍ର ପ୍ରଧାନ, ଉକôଳ ବିର୍ଯ୍ୟ ମହାପାତ୍ର, ଇଂ ସବ୍ୟସାଚୀ ଚୌଧୁରୀ, ପପୁନା ଦାସ, ଶିବସୁନ୍ଦର ଦାସ, ନିରଂଜନ ଦାସ,ଭଞ୍ଜ କିଶୋର ସାହୁ, ଟୁକୁନା ପ୍ରଧାନ, ଶଶିଭୂଷଣ ମଲ୍ଲ,ବନମାଳି ଦାସ, ନାଥ ପରିଡା ପ୍ରମୁଖଙ୍କ ସହ ସମସ୍ତ ଗ୍ରାମବାସୀ ମାନେ କଳସ ଶୋଭାଯାତ୍ରା ଓ ପୂଜା କାର୍ଯ୍ୟ ପରିଚାଳନା କରିଥିବା ବେଳେ ମା’ଙ୍କ ହୋମ ଓ ଯଜ୍ଞରେ କର୍ତା ରୂପେ ବିଭୂତି ଭୂଷଣ ଦାସ ଓ ସଂଗୀତା ଦାସ କାର୍ଯ୍ୟ ସମ୍ପାଦନ କରିଥିଲେ ।