କୁଜଙ୍ଗ(ରଂଜିତ କୁମାର ପଣ୍ଡା): ଅବସରପ୍ରାପ୍ତ କର୍ମଚାରୀ ସେବା ସଂଘ ଭୂତମୁଣ୍ଡାଇ ପକ୍ଷରୁ ଏକ ବୈଠକ ପନ୍ଦର ନମ୍ବରଠାରେ ଆୟୋଜିତ ହୋଇଯାଇଛି । ସଂଘର ସଭାପତି ଇଂ ବିଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅତିଥି ରୂପେ ରାଜ୍ୟ ସରକାରଙ୍କ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପୀତାମ୍ବର ତରାଇ ଯୋଗଦେଇ କହିଥିଲେ କଠିନ ପରିଶ୍ରମ, ଆଦର୍ଶବାଦ ସହ ନିଜ ଭାଗ୍ୟକୁ ଗଢିଥିବା ଏହି ବରିଷ୍ଠ ନାଗରିକମାନେ ସେମାନଙ୍କ ଯୁବପିଢିକୁ ବହୁତ କିଛି ଦେବାକୁ ସ୍ୱପ୍ନ ଦେଖିଥିବା ବେଳେ ଆଜିର ଜଗତିକରଣ, ଉଦାରୀକରଣ ଯୁଗରେ ପ୍ରଜ୍ଞା, ସମ୍ପର୍କ ତଥା ଉଚ୍ଚ ମୂଲ୍ୟବୋଧକୁ ଉଚିତ ସମ୍ମାନ ମିଳୁନଥିବା କହି କ୍ଷୋଭ ପ୍ରକାଶ କରିଥିଲେ । ଏହି ଅବସରରେ ସମାଜସେବୀ ତଥା ବିଶିଷ୍ଟ ଆୟୁର୍ବେଦ ବିଶାରଦ ଡା. ଦେବାନନ୍ଦ ସାମନ୍ତରାୟ ଓ ସାହିତି୍ୟକ ମଳୟ ରାଉତ ପ୍ରମୁଖ ଯୋଗଦେଇ ଅଧୁନିକ ଜୀବନ ସହ ଦେଖାଦେଉଥିବା ସ୍ୱାସ୍ଥ୍ୟଗତ ତଥା ସାମାଜିକ ସମସ୍ୟା ଓ ଏହାର ସମାଧାନ ଉପରେ ବ୍ୟାଖା କରିଥିଲେ । ଏହି ଅବସରରେ ସଂଘ ସମ୍ପାଦିକା କବୟତ୍ରୀ ଗୋଲାପରାଣୀ ସାହୁ ଭ୍ରମରଣର ବୀବରଣୀ ପାଠ କରିଥିବା ବେଳେ ବରିଷ୍ଠ ସଭ୍ୟ କୁଳମଣି ତରାଇ, ପୂର୍ବତନ ସଭାପତି ଶଙ୍କର୍ଷଣ ସ୍ୱାଇଁ, ବାବୁରାମ ଚୌଧୁରୀ, ଗୟାଧର ତରାଇ,ଡା. କାହ୍ନୁ ଚରଣ ସ୍ୱାଇଁ, ଡା. ବିପିନ ବିହାରୀ ସାମନ୍ତରାୟ ପ୍ରମୁଖଙ୍କ ସହ ବହୁ ସଭ୍ୟ ନିଜ ଅନୁଭୂତି କହିଥିବା ବେଳେ ଗତ ଦୁଇ ସପ୍ତାହ ଧରି ସଂଘର ୭୩ ଜଣ ସଭ୍ୟ ସଭ୍ୟମାନେ ପଶ୍ଚିମ ଭାରତ ଶିରିଡି ସାଈ, ମୁମ୍ବାଇ, ନାସିକ୍, ଔରଙ୍ଗାବାଦ୍ ଗସ୍ତର ବହୁ ସୁଖଦ ଅନୁଭୂତି ବଖାଣିଥିଲେ । ଶିକ୍ଷାବିତ୍ ମାୟାଧର ଦାସଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯର୍୍ୟକ୍ରମରେ ଅବସରପ୍ରାକ୍ତ ସେନା କର୍ମଚାରୀ ବିପିନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।