କୁଜଙ୍ଗ: କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ଗ୍ରାମର ଦୀର୍ଘ ବର୍ଷ ଧରି ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ମଦନ ମୋହନ ପଣ୍ଡା(୭୮)ଙ୍କର ରବିବାର ଦିନ ପରଲୋକ ହୋଇଯାଇଛି । ପଣ୍ଡା ବାବୁ ରୂପେ ମଙ୍ଗରାଜପୁର, କୋଠି, ଭୂତମୁଣ୍ଡାଇ ଆଦି ରୂପେ ପରିଚିତ ଥିବା ଏହି ସରଳ ମେଳାପି ଡାକ୍ତରଙ୍କ ହାତରେ ପ୍ରାଣି ଚିକିତ୍ସା କ୍ଷେତ୍ରରେ ଅସାଧାରଣ ଦକ୍ଷତା ରହିଥିବା ବେଳେ ତାଙ୍କ ପରଲୋକରେ କେବଳ ମଙ୍ଗରାଜପୁର ଗ୍ରାମ ନୁହେଁ ଅଂଚଳର ଗୋ ଚାଷୀଙ୍କ ମଧ୍ୟରେ ମଧ୍ୟ ଶୋକ ପ୍ରକାଶ ପାଇଛି । କେନ୍ଦ୍ରାପଡାର ମୁଳବାସୀନ୍ଦା ଏହି ଡାକ୍ତରଙ୍କ ପୁତ୍ର ଉମାକାନ୍ତ ମୁଖାଗ୍ନୀ ଦେଇଥିବା ବେଳେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ପୂର୍ବତନ ସାଂସଦ ଡ.ବିଭୂ ପ୍ରସାଦ ତରାଇ, ମଙ୍ଗରାଜପୁର ସରପଂଚ ପୂର୍ଣ୍ଣିମା ତ୍ରିପାଠୀ, କବି ପୀତାମ୍ବର ତରାଇ, ସମାଜସେବୀ ସୁରେନ୍ଦ୍ର ତରାଇ, ପୂର୍ବତନ ସରପଂଚ ରବୀନ୍ଦ୍ର ମହାପାତ୍ର, କୁଜଙ୍ଗ ପ୍ରେସ୍ କ୍ଲବ୍ ସମ୍ପାଦକ ଦୁଷନ୍ତ ମାଝୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।