ବାଙ୍କୀ: କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି । ଏହି ଉତ୍ସବରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଯେ, ସଂସ୍କୃତି, ସାହିତ୍ୟ, ସାମାଜିକ ସଂସ୍କାର ଆଦି ପ୍ରତ୍ୟେକ କ୍ଷେତ୍ରରେ ବାଙ୍କୀର ଅବଦାନ ଅନନ୍ୟ ଓ ସ୍ୱତନ୍ତ୍ର, ମା’ଚର୍ଚ୍ଚିକାଙ୍କ ପୀଠ ବାଙ୍କୀ, ରାଣୀ ଶୁକଦେଈ, ନୀଳମଣି ବିଦ୍ୟାରନ, ପଣ୍ଡିତ ଗୋବିନ୍ଦ ରଥ, ରାୟବାହାଦୁର ବିଦ୍ୟାଧର ପଣ୍ଡା, ଡାକ୍ତର ଯୋଗେଶ ଚନ୍ଦ୍ର ରାଉତ୍ ଓ ଗୋକୁଳା ନନ୍ଦ ପ୍ରହରାଜଙ୍କ ପରି ବହୁ ଗୁଣୀ ଓ ବିଦ୍ୱାନ ବ୍ୟକ୍ତିଙ୍କୁ ଜନ୍ମଦେଇ ଧନ୍ୟ ହୋଇଛି । ବାଙ୍କୀ ମହୋତ୍ସବ ଏହି ଅଂଚଳର ଲୁକାୟିତ ପ୍ରତିଭାମାନଙ୍କୁ ଲୋକ ଳୋଚନକୁ ଆଣିବା ସହ ଏହାର ଋଦ୍ଧିମନ୍ତ ଐତିହ୍ୟ ଓ ପରମ୍ପରା ସଂପର୍କରେ ଭବିଷ୍ୟତ ପିଢିଙ୍କୁ ଅବଗତ କରାଇବାରେ ସହାୟକ ହେବ । କଳା, ସଂସ୍କତି ଓ ପରମ୍ପରା ସହିତ ମଣିଷ ଅଙ୍ଗାଙ୍ଗୀ ଭାବରେ ଜଡିତ । ବାଙ୍କୀ ଅଧିବାସୀ ନିଜ ଜନ୍ମମାଟିର ଟେକ ରଖିବା ପାଇଁ ଶତଚେଷ୍ଟିତ । ମହୋତ୍ସବର ଉପଦେଷ୍ଟା ଉପଜିଲ୍ଲାପାଳ ଅରୁଣ କୁମାର ବିଶ୍ୱାଳ ସମ୍ମାନୀତ ଅତିଥିଭାବେ ଯୋଗଦେଇ କହିଲେ ଯେ ଏହି ମହୋତ୍ସବ କେବଳଯେ ଆନନ୍ଦମୟ ପରିବେଶ ସୃଷ୍ଟିକରେ ତାହାନୁହେଁ ଅଧିକନ୍ତୁ କଳାକାର, ଶିଳ୍ପୀ , କାରିଗର ଏଥିରେ ଭାଗନେଇ ନିଜଭିତରେ ଥିବା ଲୁକାୟିତ ପ୍ରତିଭାକୁ ବ୍ୟକ୍ତକରିବାର ସୁଯୋଗ ଲାଭକରେ । ବାଙ୍କୀ ମହୋତ୍ସବ ଆୟୋଜନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଅନେକ ଯଶସ୍ୱୀ ବିଦ୍ୱାନ, ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ କାର୍ଯ୍ୟ କରିଥିବା ମହାମୁନିଷୀ ଏବଂ ପ୍ରବୀଣ ସଂଗଠକମାନଙ୍କୁ ଜନ୍ମ ଦେଇ ବାଙ୍କୀ ଆଜି ମହିମା ମଣ୍ଡିତ, ମହତ୍ୱପୂର୍ଣ୍ଣ ଉଦେ୍ଧଶ୍ୟ ନେଇ ଏହି ମହୋତ୍ସବ ଓଡ଼ିଶାର ଗୋରବମୟ ସଂସ୍କୃତି ଅଧିକ ମଜଭୁତ୍ କରିବା ସହିତ ସ୍ନେହ, ଶ୍ରଦ୍ଧା,ସଦ୍ଧିଚ୍ଛା ଓ ଭାଇଚାରା ବାର୍ତା ପ୍ରସାର କରିବ ବୋଲି ସେ ଦୃଢ ଆଶା ପୋଷଣ କରିଥିଲେ । ସଂସ୍କୃତ ବିଶେଷଜ୍ଞ ଓ ସାହିତି୍ୟକ ଡ.କୃଷ୍ଣକେଶବ ଷଡଙ୍ଗୀ ମୁଖ୍ୟ ବକ୍ତାଭାବେ ଯୋଗଦେଇ କହିଲେଯେ ବାଙ୍କୀ ମହୋତ୍ସବ ବାଙ୍କୀ ମାଟିର ଇତିହାସରେ ଏକ ଅବିସ୍ମରଣୀୟ ଦିବସ । ବାଙ୍କୀ ସାଂସ୍କୃତିକ ନବଜାଗରଣର ଏକ ସ୍ମାରକ ମହୋତ୍ସବ । ସ୍ତମ୍ବକାର ଅରୁଣ ପଣ୍ଡା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କହିଲେ ଯେ ଅନେକ ଯଶ୍ୱସୀ, ବିଦ୍ୱାନ ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ କାର୍ଯ୍ୟକରିଥିବା ମହାମନିଷୀ ଓ ପ୍ରବୀଣ ସଂଗଠକମାନଙ୍କୁ ଜନ୍ମଦେଇ ବାଙ୍କୀ ଆଜି ଗର୍ବିତ ଓ ମହିମା ମଣ୍ଡିତ । କଟକ ଜିଲ୍ଳା ଗ୍ରାମାଂଚଳ ଏସ୍.ପି ରାଧାବିନୋଦ ପାଣିଗ୍ରାହୀ, ବାଙ୍କୀ ତହସିଲଦାର ପଦ୍ମଚରଣ ସାହୁ, ବାଙ୍କୀ ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟରଞ୍ଜନ ମହାପାତ୍ର, ସଂଗଠକ ସଂପାଦକ ସୁବାସ ସ୍ୱାଇଁ , ବିଶେଷ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଦ୍ ବୋଧନ ଦେଇଥିଲେ । ମହୋତ୍ସବ ସଭାପତି ପ୍ରଭାତ ତ୍ରିପାଠୀ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ବାଙ୍କୀର ଦେବୀ ମା’ଚର୍ଚ୍ଚିକାଙ୍କ କରୁଣାରୁ ୫ଦିନ ବ୍ୟାପି ଚାଲିଥିବା ମହୋତ୍ସବ ଆଜି ଶାନ୍ତି ଶୃଙ୍ଖଳାରେ ସମାପ୍ତ ହୋଇଛି । ଏହି ମହୋତ୍ସବକୁ ବାଙ୍କୀ, ବାରଙ୍ଗ ତଥା ଆଠଗଡ ଅଂଚଳର ଜନସାଧାରଣ ମନଭରି ଉପଭୋଗ କରି ଆନନ୍ଦ ଲାଭ କରିଛନ୍ତି । ବାଙ୍କୀର ପୋଲିସ୍, ପ୍ରଶାସନ ଅଧିକାରୀ ତଥା ଜନସାଧାରଣଙ୍କ ସହଯୋଗରେ ମହୋତ୍ସବ ବିଶେଷ ଆକର୍ଷଣିୟ ଓ ସରସ ସୁନ୍ଦର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । କବୟତ୍ରି ସଂକୁନ୍ତଳା ମଲ୍ଲିକଙ୍କ ପୁସ୍ତକ ‘ସାଇତା ସ୍ୱପ୍ନ’ଉନ୍ମୋଚନ କରିଥିଲେ । ସାମାଜିକ କର୍ମୀ ଗୋତମ ମିଶ୍ର, ଡାକ୍ତର ରାଜ କିଶୋର ସାହୁ, ସଂକୀର୍ତନ ଗାୟକ ନରତୋମ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକୁ ଏନ୍.ସି.ସି ଅଫିସର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ପରିଚାଳନା କରିଥିଲେ । ମହୋତ୍ସବ ସମ୍ପାଦକ ଡଃ. ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଉପସଭାପତି ସନାତନତ ବେହେରା ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟ ପରିଚାଳନା କରିଥିଲେ । ମହୋତ୍ସବ ସଂଗଠକ ସୁକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆଡ୍ଭୋକେଟ୍ ବ୍ରଜ କିଶୋର ମହାପାତ୍ର ଓ ଯୁବନେତା ପଠାଣୀ ବେହେରା ମଂଚ ପରିଚାଳନା ୫ଦିନ ବ୍ୟାପି ଏହି ମହୋତ୍ସବକୁ ଶାନ୍ତିଶୃଙ୍ଖଳା ସହିତ ଶେଷ ହୋଇଥିବାରୁ ବାଙ୍କୀ ଥାନା ଅଧିକାରୀ ସମୀର କୁମାର ପଣ୍ଡା ଓ ଉପଖଣ୍ଡ ପୋଲିସ୍ ଅଧିକାରୀ ପ୍ରସନ୍ନ କୁମାର ବିଶ୍ୱାଳଙ୍କୁ ବାଙ୍କୀ ମହୋସôବ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।