କୁଜଙ୍ଗ(ରଂଜିତ କୁମାର ପଣ୍ଡା): ଜିଲ୍ଲା ଜଳ ପରିମଳ ମିଶନ ପକ୍ଷରୁ ଆଜି କୁଜଙ୍ଗ ସ୍ଥିତ ସୂଚନା କେନ୍ଦ୍ର ପରିସର ମଧ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଦିନିକିଆ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମଣ୍ଡଳ ଉନ୍ନୟନ ଅଧିକାରୀ କିଶୋରଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଂଚଳରେ ସ୍ୱଛତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷ ଭାବେ ଗ୍ରାମାଂଚଳରେ ବାସ କରୁଥିବା ଲୋକମାନେ କିପରି ଭାବେ ସେମାନଙ୍କ ବର୍ଜ୍ୟବସ୍ତୁକୁ ପରିଚାଳନା କରିବେ ଯାହା ଫଳରେ ଏହା ପରିବେଶ ଅନୁକୂଳ ହୋଇ ପାରିବ ସେନେଇ ପରାମର୍ଶ ପ୍ରଦାନ କରିଥିଲେ । ସେହିପରି ଭାବେ ଗ୍ରାମାଂଚଳ ମାନଙ୍କରେ ସରକାରଙ୍କ ପକ୍ଷରୁ ଶୋଚାଳୟ ପ୍ରଦାନ କରାଯାଉଥିବା ବେଳେ ବାହ୍ୟ ମଳତ୍ୟାଗକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ସେ ମଧ୍ୟ ଏହି ଅବସରରେ ସମସ୍ତଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଅଭିମନ୍ୟୁ ଦାସ, ୟୁନିସେଫ ପରାମର୍ଶ ଦାତା ଗଣେଶରାମ ପଣ୍ଡା,ବିଭାଗୀୟ କୁଜଙ୍ଗ ଯନ୍ତ୍ରୀ-୧ ସ୍ମିତା ମାଝୀ, ଯନ୍ତ୍ରୀ-୨ ମାନବୀସ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ଅବସରରେ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ପଂଚାୟତର ନିର୍ବାଚିତ ପ୍ରତିନିଧି, ପଂଚାୟତ ନିର୍ବାହୀ ଅଧିତକାରୀ ମାନେ ଅଂଶ ଗ୍ରହଣ କରିଥିଲେ । ମାନସ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।