ଗାନ୍ଧୀଜୀଙ୍କ ଜୀବନ କଥା ଉପରେ ଆଲୋଚନାଚକ୍ର

0 420

ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଂଚାୟତରେ ଥିବା ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀଜୀଙ୍କ କଥା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ବକ୍ତାଭାବେ ତିର୍ତୋଲ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଅକ୍ଷୟ କୁମାର ନାୟକ, ସମ୍ମାନନୀତ ଅତିଥି ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି ଯୋଗଦେଇଥିଲେ । ଆଲୋଚନା ଚକ୍ରରେ ଗାନ୍ଧୀଜୀଙ୍କ ଜୀବନ ସର୍ମ୍ପକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସତ୍ୟ, ଅହିଂସା ଦ୍ୱାରା ଭାରତ ବର୍ଷକୁ କିପରି ସ୍ୱାଧିନତା ଆଣିପାରିଥିଲେ ଭବିଷ୍ୟତର ବଂଶଧରମାନେ ହୁଏତ ବିଶ୍ୱାସ କରିବେ ନାହିଁଯେ ଏପରି ଜଣେ ଲୋକ ରକ୍ତମାଂସ ଦେହ ପୃଥିବୀରେ ବିଚରଣ କରି ଏଭଳି ଦିଗଦର୍ଶନ ଦେବା ସଙ୍ଗେ ଏହି ମହାନ ଭାରତକୁ ସମସ୍ତଙ୍କର ସର୍ବଭୌମତିକ ରକ୍ଷା କରି ଚିରନମସ୍ୟ ହୋଇ ରହିବେ । ସର୍ବଶେଷରେ ଉକôଳ ଗାନ୍ଧୀ ସ୍ମାରକ ନିଧି ନ ତରଫରୁ ଅଂଶ କରିଥିବା ସ୍କୁଲ ଛାତ୍ର ଓ ଛାତ୍ରୀଙ୍କୁ ଗାନ୍ଦିଜୀଙ୍କ ଜୀବନ କଥାର ପୁସ୍ତକ ମାଗଣାରେ ବଂଟନ କରାଯାଇଥିଲା । ଅନ୍ୟମାନଙ୍କ ସହ ଶିକ୍ଷାବିତ୍ ଗୋଲୋକ ବିହାରି ପଲାଇ, ସମାଜସେବୀ ନିତ୍ୟାନନ୍ଦ ଜେନା, ବିରଜା ପ୍ରସନ୍ନ ପରିଜା, ଚିତରଞ୍ଜନ ପରିଜା, ଭାଗିରଥି ମହାନ୍ତି ଓ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

5 × 1 =