ପୂର୍ବ ବିବାଦରୁ ଗୋଷ୍ଠୀ ସଙ୍ଘର୍ଷ,ଉଭୟ ପକ୍ଷରୁ ୭ ଗିରଫ

0 657


କୁଜଙ୍ଗ(ରଂଜିତ କୁମାର ପଣ୍ଡା): ପୂର୍ବ ବିବାଦକୁ ନେଇ ଗତକାଲି କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତର ଜୟଶଙ୍ଖପୁର ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିବା ଜଣାପଡ଼ିଛି । ଗତକାଲି କୁଆଁର ପୂନେଇ ଉଖୁଡ଼ା ବଂଟନ ସମୟରେ ପୂର୍ବ ବିବାଦକୁ ନେଇ ଦୁଇ ଗୋଷ୍ଟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏବଂ ପରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ଉଭୟ ପକ୍ଷଙ୍କ ଏତଲାକୁ କେନ୍ଦ୍ରକରି ପୁଲିସ ସାତ ଜଣଙ୍କୁ ଗିରଫ କରି ଆଜି କୋର୍ଟକୁ ପଠାଇ ଦେଇଛି । ସେଠାରେ ସେମାନଙ୍କର ଜାମିନୀ ଆବେଦନ ଖାରଜ ହୋଇ ଯିବାରୁ ସେମାନଙ୍କୁ ଜେଲ ହାଜାତକୁ ପଠାଇ ଦିଆଯାଇଛି । ଏବେ ଗ୍ରାମରେ ତୀବ୍ର ଉତେଜନା ଲାଗି ରହିଥିବାରୁ ପୁଲିସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛ ।
ଘଟଣାରୁ ପ୍ରକାଶଯେ, ଜୟଶଙ୍ଖପୁର ଗ୍ରାମରେ ପୂର୍ବରୁ ଗ୍ରାମର ବିଭିନ୍ନ ସମସ୍ୟାକୁ ନେଇ ନେଇ ଦୁଇ ଦଳଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀ ବିବାଦ ରହି ଆସିଛି । ଗୋଟିଏ ପକ୍ଷରେ ସଙ୍ଖ୍ୟାଧିକ ଗ୍ରାମବାସୀ ରହିଥିବାବେଳେ ଅନ୍ୟ ପାଶ୍ୱର୍ରେ ସ୍ୱଳ୍ପ ସଙ୍ଖ୍ୟାରେ ସମର୍ଥକ ମାନେ ରହିଛନ୍ତି । ପୂର୍ବରୁ ଏକ ଗୋଷ୍ଠୀ ଗ୍ରାମର ଶ୍ମଶାନ ଜବର ଦଖଲ କରି ରଖିବା, ଗ୍ରାମର ଅନାବାଦୀକୁ ନିଜ କବଜାରେ ରଖିବା, ଗ୍ରାମରେ ବୟୋଜ୍ୟେÂ ବ୍ୟକ୍ତିଙ୍କୁ ଆକ୍ରମଣ କରିବା, ନଦୀ ପଠାକୁ ନିଜ ଦଖରେ ରଖିବା ଆଦି ନେଇ ଗ୍ରାମର ଅନ୍ୟ ଗୋଷ୍ଠୀ ଅଭିଯୋଗ କରିଆସୁଛି । ଏନେଇ ପୂର୍ବରୁ ତହସିଲଦାର, ଏସଡ଼ିପିଓ, ଏବଂ ଛତିଶା ଭଦ୍ରଲୋକ ମାନେ ବସି ଏହି ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଏହା ସମାଧାନ ହୋଇ ନପାରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା । ଗତକାଲି ଗ୍ରାମରେ କୁଆଁର ପୂନେଇ ଉଖୁଡ଼ା ବଂଟା ପ୍ରକ୍ରିୟା ଚାଲିଥିବାବେଳେ ପୂର୍ବ ବିବାଦ କାରଣରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚଷା ଏବଂ ହାତାହାତି ହୋଇଥିଲା । ଏହା କ୍ରମଶଃ ଗୋଷ୍ଠୀ ସଙ୍ଘର୍ଷ ରୂପ ନେଉଥିବା ବେଳେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଥିଲେ । ପରେ ଉଭୟ ପକ୍ଷର ଏତଲା କ୍ରମେ ଦୁଇଟି ମାମଲା ରୁଜୁ କରି ଘଟଣାର ତଦ୍ଧନ୍ତ ଚଳାଇଥିବା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି । ଉଭୟ ପକ୍ଷରୁ ଅଭୟ କୁମାର ପରିଡ଼ା, କୈଳାଶ ବେହେରା, ସଚିତ୍ର ମାଝୀ, ସୁବାଷ ଚନ୍ଦ୍ର ବେହେରା, ରଞ୍ଜିତ ମହାପାତ୍ର, କ୍ଷୀରୋଦ ବେହେରା, ପ୍ରମୋଦ ବେହେରା ପ୍ରମୁଖଙ୍କୁ ବିଭିନ୍ନ ସଙ୍ଗୀନ ଦଫାରେ ଗିରଫ କରିଥିବା ଜଣାପଡ଼ିଛି । ସେମାନଙ୍କୁ ଆଜି ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଥିଲା । ମାତ୍ର ସେଠାରେ ଅଭିଯୁକ୍ତ ମାନଙ୍କର ଜାମିନୀ ଆବେଦନ ଖାରଜ ହୋଇ ଯିବାରୁ ସମସ୍ତଙ୍କୁ ଜେଲ ହାଜାତକୁ ପଠାଇ ଦିଆଯାଇଛି । ଏବେ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ସ୍ଥିତି ଉପରେ ପୁରା ନଜର ରଖିଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

fourteen + 17 =