କଟକ (ସରୋଜ କୁମାର ବେହେରା): କମିଶନରେଟ ପୋଲିସର ମିଳିତ ଚଢ଼ାଉରେ ଜଗତପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର , ମହାଜନପୁର , ହାତୀଖାନା ଗ୍ରାମରୁ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଓ ବିସ୍ଫୋରକକୁ ପୁଲିସ ଜବତ କରିଛି । ଏହାସହ ୧୨ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଥିବା ଡିସିପି ସୂଚନା ଦେଇଛନ୍ତି। ତେବେ ଏହି ରାତିଅଧିଆ ଚଢ଼ାଉରେ ଚୌଦ୍ଵାର ଥାନା , ଜଗତପୁର ଥାନା , ଚଉଳିଆଗଞ୍ଜ ଥାନା , ମାଲଗୋଦାମ ଥାନା , ମଧୂପଟଣା ଥାନା , ମରକତ ନଗର ଥାନାର ଥାନାଧିକାରୀ ମାନଙ୍କ ଏକ ଟିମ ଏଥିରେ ସାମିଲ ଥିଲେ ।