ଭୁବନେଶ୍ୱର: ୟୁନିଟ୍-୬ ସ୍ଥିତି କ୍ଲବ ଦ ସମ୍ରାଟ ପକ୍ଷରୁ ଏକ ମେଘା ହେଲ୍ଥ ଚେକ୍ଅଫ୍ କ୍ୟାମ୍ପ ଆୟୋଜିତ କରାଯାଇଥିଲା । ଏହି କ୍ୟାମ୍ପରେ ୪ଶହରୁ ଊଦ୍ଧ୍ୱର୍ ବ୍ୟକ୍ତିବିଶେଷ ଚିକିସôା ସେବା ପାଇଥିଲେ । କ୍ୟାମ୍ପରେ ବିଶେଷଜ୍ଞମାନେ ଉପସ୍ଥିତ ରହି ମାଗଣା ଚିକିସôା ସେବା ଯୋଗାଇଥିଲେ । ସାଧାରଣତଃ ଡାଇବେଟିସ୍, ରକ୍ତଚାପ, ଶିଶୁ ରୋଗ , ଇସିଜି, ଚର୍ମ ରୋଗ ଓ ଚକ୍ଷୁ ଆଦି ରୋଗ ଉପରେ ଚିକିସôା ସେବା ଦିଆଯାଇଥିଲା । ଏପରିକି ସେଠାରେ ମାଗଣା ଔଷଧ ମଧ୍ୟ ଯୋଗାଇ ଦିଆଯାଇଥିଲା । ଆପଲୋ ହସ୍ପିଟାଲ ସମସ୍ତ ସାହାଯ୍ୟ ଯୋାଗାଇ ଦିଆଯାଇଥିଲା । ଏହି କମ୍ପ୍ୟାରେ ବିଶେଷ କରି ମେଡିସିନ୍ ସ୍ପୋଶିଆଲିଷ୍ଟ୍ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକଙ୍କ ସମେତ ଅନ୍ୟ ବିଶେଷଜ୍ଞମାନେ ଦୀର୍ଘ ୭ଘଣ୍ଟାରୁ ଊଦ୍ଧ୍ୱର୍ ଉପସ୍ଥିତ ସେବା ଯୋଗାଇଥିଲେ । ଏହି କ୍ୟାମ୍ପକୁ କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକ ଡାକ୍ତର ଅଶୋକ କୁମାର ପଟ୍ଟନାୟକ ଉଦ୍ଘାଟନ କରିଥିଲା । ସମ୍ମାନୀତି ଅତିଥି ଭାବେ ବିଧାୟକ ତଥା ପୂର୍ବତନ ସାଂସଦ ଭୂପିନ୍ଦର ସିଂହ, ଏସିପି ବିଷ୍ଣୁ ପ୍ରସାଦ ପାତ୍ର ଉପସ୍ଥିତ । ଏହି କ୍ୟାମ୍ପା ପାଇଁ ବହୁ ଗରିବ ଓ ସାଧାରଣ ଲୋକ ଉପଯୁକ୍ତି ହୋଇପାରିଛନ୍ତି ବୋଲି ସମ୍ପାଦକ ମାନସ ରାୟମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନରହରି ସାହାଣୀ, ପ୍ରଶାନ୍ତ ନାୟକ, ଦିଲ୍ଲୀପ ମହାନ୍ତି, ପ୍ରଗତୀ ମହାନ୍ତି, ପୂର୍ବତନ କର୍ପୋରେଟ୍ର ପ୍ରଣବ କିଶୋର ସ୍ୱାଇଁ, ପ୍ରୟାସ ନାୟକ ଓ ବାସୁଦେବ ଭଟ୍ଟ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ଯୋଗାଇ ଦେଇଥିଲେ ।