ବାଙ୍କୀ: ବାଙ୍କୀ ବ୍ଳକ ଅନ୍ତର୍ଗତ କିଆପଲା ଗ୍ରାମର ସନ୍ତୋଷ ଦାସଙ୍କ ପତ୍ନୀ ତନୁଶ୍ରୀ ଦାସ (୩୦)ଙ୍କ ଗତକାଲି ରବିିବାର ରାତିରେ ମୃତୁ୍ୟ ଘଟିଛି । ସୀମର ଗଁପୁର ଗ୍ରାମର ବଂଶୀଧର ବେହେରାଙ୍କ କନ୍ୟା ତନୁଶ୍ରୀ ଗତ ୨୦୦୯ରେ ବାଙ୍କୀ ବ୍ଳକ ଅନ୍ତର୍ଗତ କିଆପଲା ଗ୍ରାମର ସ୍ୱର୍ଗତ ରାଜକିଶୋର ଦାସଙ୍କ ପୁଅକୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ୫ବର୍ଷ ଓ ଗୋଟିଏ ଝିଅ ୭ବର୍ଷ ରହିଛନ୍ତି । ଗତକାଲି ରାତିରେ ତନୁଶ୍ରୀ ବେହୋସ ହୋଇପଡିଯିବା ପରେ ତାଙ୍କ ସ୍ୱାମୀ ଓ ପରିବାର ବର୍ଗ ଗୋଟିଏ ଅଟୋରେ ବାଙ୍କୀ ଉପଖଣ୍ଡ ଚିକିସôାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ସ୍ୱାମୀ ଫୋନ ଯୋଗେ ମୃତ ତନୁଶ୍ରୀର ବାପାଙ୍କୁ ଜଣାଇଥିଲେ । ଖବର ପାଇଁ ଝିଅର ବାପା ବଂଶୀଧର ପରିବାର ଓ ଗ୍ରାମବାସୀଙ୍କ ସହ ଉପଖଣ୍ଡ ଚିକିସôାଳୟକୁ ଆସି ଝିଅଟିକୁ ଦେଖିଥିଲେ । ତାଙ୍କର ଏହି ମୃତୁ୍ୟରେ ସନେ୍ଦହ ହେବାରୁ ଆଜି ବଂଶୀଧର ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରି ଜଣାଇଛନ୍ତି ଯେ ଦୀର୍ଘ ଦିନ ଧରି ତାର ଶାଶୂଘର ଲୋକେ ତାକୁ ମାନସିକ ଯନ୍ତ୍ରଣା ଦେଉଥିବା ବେଳେ ତନୁଶ୍ରୀର ସ୍ୱାମୀ ଅନ୍ୟଜଣେ ମହିଳା ସହିତ ଅବୈଧ ସଂପର୍କ ରଖିଥିଲା । ତନୁଶ୍ରୀ ଏହି ଘଟଣା ସଂପର୍କରେ ତାର ସ୍ୱାମୀକୁ ପଚାରିବାରୁ ସ୍ୱାମୀ ସନ୍ତୋଷ ସବୁବେଳେ ଗାଳଗୁଲଜ କରୁଥିଲେ ବୋଲି ବଂଶୀଧର ଅଭିଯୋଗରେ ଦର୍ଶାଇଛନ୍ତି । ଶାଶୁ ଦୁଲାଦାସ, ଦେଢସୁର ପ୍ରଭାକର ଦାସ, ସବୁବେଳେ ବାପଘରୁ ଏକ ଲକ୍ଷ ଟଙ୍କା ଆଣିବାକୁ ଝିଅ ତନୁଶ୍ରୀକୁ ପ୍ରବର୍ତାଉଥିଲେ । ଟଙ୍କା ଆଣିଲେ ତାକୁ ଉପଯୁକ୍ତ ସମ୍ମାନ ମିଳିବା ସହ ବୋହୂ ସମ୍ମାନ ଦିଆଯିବ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ବଂଶୀଧରଙ୍କ ଅଭିଯୋଗ ପରେ ବାଙ୍କୀ ଥାନାରେ କେସ ନଂ-୨୮୩/୧୯ ରୁଜୁ କାରାଯାଇଛି । ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଶାଶୂଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତନୁଶ୍ରୀର ସ୍ୱାମୀ ଓ ଦେଢଶୁର ପ୍ରଭାକର ଦାସଙ୍କୁ ପୋଲିସ ଥାନାରେ ଅଟକ ରଖି ପଚାରଉଚାର କରୁଛି ।