ତିର୍ତ୍ତୋଲ ବିଧାୟକଙ୍କ ଗଜଲକ୍ଷ୍ମୀ ମେଢ଼ ଦର୍ଶନ

0 962

ତିର୍ତ୍ତୋଲ (ସାମନ୍ତରାୟ ମନୋରଞ୍ଜନ ଦାସ): ତିର୍ତ୍ତୋଲ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଧନଦାତ୍ରୀ ମା ଗଜଲଷ୍ମୀ ପୂଜା ମଣ୍ଡପ ପରି ଦର୍ଶନ କରିବା ସହ ବେଶ କିଛି ଲୋକଙ୍କ ସହିତ ସମୟ କାଟିଛନ୍ତି l ନିଜ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ବ୍ଲକ ତିର୍ତ୍ତୋଲ ପଞ୍ଚାୟତ ଛକରେ ଅନୁଷ୍ଠିତ ହୋଇଥିବା ଦୁଇଟି ମେଢ଼ ପାଖରେ। ଗତ ସନ୍ଧ୍ୟାରେ  ହଟାତ ଆସି ପହଞ୍ଚିଲେ ତିର୍ତ୍ତୋଲ  ବିଜେଡ଼ି ପାର୍ଟି ଅଫିସ ରେ  ଏବଂ ଲୋକଙ୍କୁ କହିଲେ ଚାଲ ମେଢ ବୁଲିବାକୁ ଯିବା I ତାପରେ  ଦଳୀୟ କାର୍ଯ୍ୟଳୟ ପାଖରୁ ଯାଇ ପହଞ୍ଚିଥିଲେ ମେଢ଼ ପାଖରେ ତାପରେ ବହୁ ଭିନ୍ନ ଧରଣର ଚାଲିଥିଲା ତାଙ୍କର ମେଢ ଦର୍ଶନ କେବଳ ଦର୍ଶନ ନାମକୁ ଥିଲା କିନ୍ତୁ ଇଛା ଥିଲା ଲୋକଙ୍କ ସାଥିରେ ବସି ତାଙ୍କ ସହିତ ସୁଖ ଦୁଃଖରେ ସାମିଲହେବା । ବସିବା ସମୟରେ ବହୁତ ଲୋକଙ୍କୁ ଡାକି ତାଙ୍କର ମତାମତ ନେଇଥିଲେ l ବାହାନା ମେଢ଼ ଦେଖିବାକୁ ଯିବା କିନ୍ତୁ ଇଚ୍ଛା ଥିଲା ବ୍ଳକରେ ଚାଲିଥିବା କାମ ବିଷୟରେ ତଦାରଖ କରିବା ତଥା ସିଧାସଳଖ ଲୋକଙ୍କ ମୁହଁରୁ କିଛି ଶୁଣିବା l ସମସ୍ୟା ଗୁଡିକୁ ବ୍ୟକ୍ତିଗତ ସହାୟକଙ୍କୁ ଖାତାରେ ଲେଖିବା ପାଇଁ ଉପଦେଶ ଦେଉଥିଲେ, ଆଉ ମଝିରେ ମଝିରେ ଲୋକଙ୍କ ସହିତ ପକୁଡି ଖାଇ ମଜାର ଆସର ଜମଉଥିବା ଦେଖିବାକୁ ମିଳିଥିଲା । ଶେଷରେ ଲକ୍ଷ୍ମୀ ପୂଜା ମଣ୍ଡପ ରେ ଦର୍ଶନ ସାରି ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସମସ୍ତ ବିଜୁ ଜନତା ଦଳର କର୍ମୀ ଙ୍କ ସହ ଦଳୀୟ ସାଙ୍ଗଠନିକ ବିଷୟରେ କାର୍ଯ୍ୟଳୟକୁ ଯାଇ ଆଲୋଚନା କରିଥିଲେ । 

Leave A Reply

Your email address will not be published.

1 × two =