ଗୋବିନ୍ଦପୁର ପଂଚାୟତରେ ଦୁର୍ନୀତି ଅଭିଯୋଗ

0 1,783

ତିର୍ତୋଲ: ତିର୍ତୋଲ ବ୍ଲକ ଅଧିନସ୍ଥ ଗୋବିନ୍ଦପୁର ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ପଂଚାୟତ ବାସୀଙ୍କ ସମେତ ୱାଡର଼୍ସଭ୍ୟ ସଭ୍ୟା, ସମିତିସଭ୍ୟା ଜଗତସିଂହପୁର ଜିଲ୍ଲାପାଳ, ତିର୍ତୋଲ ବିଧାୟକ ଓ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ଉଠାଇଛନ୍ତି । ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ୱାଡର଼୍ସଭ୍ୟମାନଙ୍କ ତତ୍ୱାବଧାନରେ କରାଯିବାପାଇଁ ପଂଚାୟତ ବୈଠକରେ ସ୍ଥିତ କରାଯାଇଥିଲେ ମଧ୍ୟ ସରପଂଚ ଏହାକୁ ଅବମାନନା କରି ନିଜ ମନଇଛା କାର୍ଯ୍ୟ କରିବା, ୧୩ ଟି ନଳକୂପ ପ୍ଲାଟଫର୍ମ ନିର୍ମାଣ ଓ ମରାମତି ଆଳରେ ଏକଲକ୍ଷ ଛପନ ହଜାର ଟଙ୍କା ଆତ୍ମସାତ କରାଯିବା । ଜଳଯୋଗାଣ ପ୍ରକଳ୍ପ ମରାମତି ଓ ପାଇପ୍ ବିଛାଯିବା ଆଳରେ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯିବାଭଳି ଅଭିଯୋଗ ହୋଇଛି । ପୁରୁଣା ପାଇପ ମାଟିତଳେ ବିଛାଯାଇ ନୂଆ ପାଇପ ଦର୍ଶାଇ ବିଲ୍ କରାଯାଇଥିବାବେଳେ ଜଳଯୋଗାଣ ସଠିକ୍ ଭାବରେ ହୋଇପାରୁନାହିଁ । ପଂଚାୟତ କାର୍ଯ୍ୟାଳୟରେ ୯ ଶହରୁ ଉର୍ଦ୍ଧ ଆବାସ ଯୋଜନା ପାଇଁ ହିତାଧିକାରୀମାନେ ଆବେଦନ ଫର୍ମ ଦାଖଲ କରାଯାଇଥିବାବେଳେ ଅର୍ଥ ଆଦାୟ କରାଯାଇ ମାତ୍ର ପାଂଚଞ୍ଚଶହ ଆବେଦନ ପତ୍ର ବ୍ଲକ ପ୍ରଶାସନ ନିକଟରେ ଦାଖଲ କରାଯାଇଛି । ଫଳରେ ପ୍ରକୃତ ହିତାଧିକାରୀ ବଂଚିତ ହେବାର ସମ୍ଭାବନା ଦେଖାଦେଇଛି । ଅନୁରୂପଭାବେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା କରାଯାଇଛି । ପଲ୍ଲୀସଭା, ଗା୍ରମସଭା ଓ ୱାଡର଼୍ ସଭ୍ୟସଭ୍ୟାଙ୍କ ଗୃହିତ ପ୍ରସ୍ତାବକୁ ଗୁରୁତ୍ୱ ନଦେଇ ସରପଂଚଞ୍ଚ ନିଜ ଇଛା ମୁତାବକ ପ୍ରକଳ୍ପ ଚୟନ କରି ଅଦ୍ୟାବଧି ୧କୋଟିରୁ ଉର୍ଦ୍ଧ ଟଙ୍କାର କାର୍ଯ୍ୟ କରିସାରିଲେଣି ।ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀମାନଙ୍କୁ କରାୟତ କରି ସରପଂଚ ନିଜର ମନମାନୀ ଚଳାଇଛନ୍ତି । ବିଦ୍ୟାଳୟ ପାଚେରୀ ନିର୍ମାଣ ଠାରୁ ରାସ୍ତାଘାଟ, ଜଳଯୋଗାଣ ପ୍ରଭୃତି ସମସ୍ତ କ୍ଷେତ୍ରରେ ସରପଂଚ ନିମ୍ନମାନର କାର୍ଯ୍ୟ ନିଜେ ଚଲାଇଥିବା ଅଭିଯୋଗ ହୋଇଛି । ପଂଚାୟତ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଉପରୋକ୍ତ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି ।

Leave A Reply

Your email address will not be published.

10 − 7 =