ବାଲିଯାତ୍ରା ପ୍ରସ୍ତୁତି ସଭାରେ ଗୀତ ଗାଇଲେ ପ୍ରଶାସନିକ ଅଧିକାରୀ

0 1,255

ତିର୍ତ୍ତୋଲ( ସାମନ୍ତରାୟ ମନୋରଞ୍ଜନ ଦାସ): ଝଙ୍କଡ ବସିନୀ ମା ଶାରଳାଙ୍କ ଅଞ୍ଚଳରେ ସର୍ବଗୁଣ ରେ ପରିପୂର୍ଣ୍ଣ ଏହି ଅଞ୍ଚଳବାସୀ କୋଉଠି ନା କୋଉଠି ରାଜନୀତି, ସରକାରୀ ଓ ବେସରକାରୀ ସ୍ତରରେ ଏହି ଅଞ୍ଚଳର ପ୍ରତିଭା ସାରା ରାଜ୍ୟକୁ ଚର୍ଚ୍ଚା ଯୋଗାଇଥାଏ । ଏହି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ମାଟି ‘କୁମାର ଉତ୍ସବ’ ସମିତି ଠାରେ ନିକଟରେ ମନ୍ତ୍ରୀ, ବିଧାୟକ ଓ ସାଂସଦ ଏକା ସହିତ ଏହି ମାଟିରେ ଗୀତଗାଇ ସାରା ଓଡିଶାକୁ ଚକିତ କରିଥିବାବେଳେ ଏବେ ଏଥିରୁ ବାଦପଡ଼ି ନାହାନ୍ତି ପ୍ରସସନିକ ଅଧିକାରୀ । ଗତକାଲି ସନ୍ଧ୍ୟାରେ ତିର୍ତ୍ତୋଲରେ ହୋଇଥିଲା ଚେଳିତୋଳ ବାଲିଯାତ୍ରା କମିଟିର ଏକ ପ୍ରସ୍ତୁତି ବୈଠକ ତିର୍ତ୍ତୋଲ ବ୍ଳକ ପରିସରରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରସ୍ତୁତି ବୈଠକ ଏହି ବୈଠକରେ ବିଧାୟକ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଵିଷ୍ଣୁ ଦାସ , ତିର୍ତ୍ତୋଲ ଓ ରଘୁନାଥପୁର ବ୍ଳକର ପଞ୍ଚାୟତ ସମିତି ଅଧାକ୍ଷା, ତିର୍ତ୍ତୋଲ ବିଡିଓ ରଞ୍ଜନ ପରିଡା ସମେତ ବହୁ ବିଭାଗର ପ୍ରଶାସନିକ ଅଧିକାରୀ ଏବଂ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବହୁ ଜିଲ୍ଲା ପରିଷଦ,ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ । ଏହାପରେ ସମସ୍ତେ ପ୍ରତିଶ୍ରୁତି ଦଇଥିଲେ କିଭଳି ନଭେମ୍ବର ୧୨ରୁ୧୮ ପର୍ଯ୍ୟନ୍ତ ହେବାକୁ ଥିବା ବାଲିଯାତ୍ରାକୁ କିଭଳି ସରସ ସୁନ୍ଦର କରାଯାଇପାରିବ ସେଥିପ୍ରତି ଧ୍ୟାନଦେବେ । ପରେ ଏହି ଆଲୋଚନା ଶେଷ ପର୍ଯ୍ୟାୟରେ ତିର୍ତ୍ତୋଲ ବିଧାୟକ ଙ୍କ ଅନୁରୋଧ କ୍ରମେ ସେହି ଐତିହାସିକ କଟକ ବାଲିଯାତ୍ରା ଓ ପିଲାଦିନର କଥା ମନେ ପକାଇ ଏକ ଗୀତ ବୋଲି ସଭା ସ୍ଥଳ ଉପସ୍ଥିତ ଲୋକଙ୍କ ମନମୁଗ୍ଧ କରିଦେଇଛନ୍ତି ଏହି ପ୍ରଶାସନିକ ଅଧିକାରୀ ଜଣକ । ସେ ହେଉଛନ୍ତି ତିର୍ତ୍ତୋଲ ବ୍ଳକ ବିଡିଓ ରଞ୍ଜନ ପରିଡା ଏହି ଗୀତପରେ ବିଧାୟକ ଖୁସିହୋଇ ବିଡିଓ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କିନ୍ତୁ ଏବେ ଏହା ସୋସିଆଲ ମେଡ଼ିଆ ରେ ଭାଇରଲ ହେବାପରେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଧରିଛି । ଜଗତସିଂହପୁର ଜିଲ୍ଲାରେ ପ୍ରତେକ ନାଗରିକ ଠାରେ କଳାରେ ଅଭାବ ନାହିଁ । ଏଥିପାଇଁ ଏହାର ନାମ ଲୋକେ କୁହନ୍ତି ସର୍ବ ଗୁଣରେ ପରିପୂର୍ଣ୍ଣ ଜଗତସିଂହପୁର ।

Leave A Reply

Your email address will not be published.

twenty − nineteen =