ଜିଲ୍ଲାସ୍ତରୀୟ ଧର୍ମ ଜାଗରଣ ସମନ୍ୱୟ ବୈଠକ

0 564


ତିର୍ତୋଲ: ତିର୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦାସ୍ଥିତ କଟକ – ପାରାଦୀପ ରାସ୍ତା ଶାରଳା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ଧର୍ମ ଜାଗରଣ ସମନ୍ୱୟ ବୈଠକ ମାନନୀୟ ରାଜେନ୍ଦ୍ର ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ଷେତ୍ରୀୟ ସଂଯୋଜକ ବିନୟ କୁମାର ଭୂୟାଁ, ପ୍ରାନ୍ତ ସଂଯୋଜକ ଆଲୋକ କୁମାର ଖଟୁଆ, ବିଭାଗ ସହସଂଯୋଜକ ଦେବେନ୍ଦ୍ର କୁମାର ବିଶ୍ୱାଳ, ଅଧିକାରୀ ମଦନମୋହନ ଦାସ ମହାରାଜ, ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଲେଙ୍କା ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ ଜିଲ୍ଲାରେ ଧର୍ମ ରକ୍ଷା ସମିତି ଗଠନ, ରକ୍ଷାବନ୍ଧନ ଉସôବ ପାଳନ, ଜାନୁଆରି ୨୬ରେ ଭାରତାମାତା ପୂଜନ, ବିଭନ୍ନ ମହାପୁରୁଷମାନଙ୍କର ଜୟନ୍ତୀ ପାଳନ, ପ୍ରତିଦିନ ସଂନ୍ଧ୍ୟା ସମୟରେ ୧ ଘଂଟା ଏକତି୍ରତ ହୋଇ ଭଜନ, କୀର୍ତନ ଓ ଆଧ୍ୟାତ୍ମିକ ଆଲୋଚନା, ଜନ୍ମଦିନପାଳନରେ ଗଛ ଲଗାଇବା ଇତ୍ୟାଦି କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଆଗାମି ଦିନରେ ବର୍ତମାନର କଳୁଷିତ ସମାଜକୁ କିପରି ଅଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହୋଇପାରିବ ସେଥିପାଇଁ ଆଲୋଚନା କରାଯାଇଥିଲା । ଧର୍ମରକ୍ଷା ବାହିନୀରେ ମହିଳା ଓ ପୁରୁଷ ମାନଙ୍କୁ ଯୋଗଦେବାପାଇଁ ଆହ୍ୱାନ କରାଯାଇଥିଲା । ବିଧର୍ମୀମାନଙ୍କ ଚକ୍ରାନ୍ତ ଓ ହିନ୍ଦୁମାନଙ୍କର ଦୁରଦୃଷ୍ଟିର ଅଭାବ କାରଣରୁ ଧର୍ମ ପରିବର୍ତନ ନକରିବାପାଇଁ ପଦକ୍ଷେପ ନେବା, ହିନ୍ଦୁ ସମାଜ ଭିତରେ ଜାଗରଣ ଓ ସଂଗଠନର ବାତାବରଣ ସୃଷ୍ଟି କରିବାପାଇଁ ପ୍ରଚେଷ୍ଟା କରିବା, ଗ୍ରାମାଞ୍ଚଳକୁ ଆସୁଥିବା ଫେରିବାଲାମାନଙ୍କଠାରୁ ଦୂରେଇ ରହିବା, ଆଦର୍ଶ ହିନ୍ଦୁଘର, ସାପ୍ତାହିକ ମିଳନ, ଜାଗରଣ ପତି୍ରକା, ଧର୍ମରକ୍ଷା ଦିବସ, ଜାଗରଣ କେନ୍ଦ୍ରକୁ ଯିବା, ହିନ୍ଦୁ ବିରୋଧି କାର୍ଯ୍ୟ ସ୍ୱରୂପ ଦେଖି ପ୍ରତିକି୍ରୟା ପ୍ରକାଶ କରିବା, ହିନ୍ଦୁ ସମାଜର ସୁରକ୍ଷା ଓ ବିକାଶ ପାଇଁ ପ୍ରଚେଷ୍ଟା କରିବା ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏଥିସହିତ ଜିଲ୍ଲା ପରିଯୋଜନା ପ୍ରମୁଖ ପବିତ୍ର କୁମାର ସ୍ୱାଇଁ, ସେନା ପ୍ରମୁଖ ଅରୁଣ ଭୂୟାଁ, ସଂସ୍କୃତି ପ୍ରମୁଖ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ, ନିରଞ୍ଜନ ଦାସ, ମଠ ମନ୍ଦିର ପ୍ରମୁଖ ମଦନମୋହନ ଦାସ, ପୁଜକ ପ୍ରମୁଖ ଅଶୋକ କୁମାର ଦାଶ, ଜିଲ୍ଲାପ୍ରଶାସନିକ ପ୍ରମୁଖ ଦେବୀପ୍ରସାଦ ତି୍ରପାଠି, ରଞ୍ଜନ ଖୁଣ୍ଟିଆ, ବିଧିବ୍ୟବସ୍ଥା ପ୍ରମୁଖ ଆଇନିଜିବୀ ଟୁକନ ଚରଣ ସେଠୀ, ତିର୍ତୋଲ ଖଣ୍ଡ ସଂଯୋଜକ ରାଜ କିଶୋର ସ୍ୱାଇଁ, ଏରସମା ବ୍ଲକ ଖଣ୍ଡ ସଂଯୋଜକ ଗଗନ ସାହୁ, ତିର୍ତୋଲ ସେନା ପ୍ରମୁଖ ତି୍ରପତି ଆଚାର୍ଯ୍ୟ, ଅଦେ୍ର୍ଧନ୍ଦୁ ବିଶ୍ୱାଳ, ପାରାଦୀପ ନଗର ସଂଯୋଜକ ପ୍ରଫୁଲ୍ଲ ରାୟ, ତିର୍ତୋଲ ସହ ସଂଯୋଜକ ରଞ୍ଜନ ବିଶ୍ୱାଳ, ରଘୁନାଥ ପୁର ବ୍ଲକ ଖଣ୍ଡ ସଂଯୋଜକ ଗୋପାଳ କୃଷ୍ଣ ପଟ୍ଟନାୟକ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପରବର୍ତୀ ବୈଠକ ଆସନ୍ତା ୨୬ ତାରିଖ ଦିନ ୧୧ ଟା ସମୟରେ ଶାରଳା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ।

Leave A Reply

Your email address will not be published.

five × five =