ବାପାକୁ ବିଜୁ ପକ୍କାଘର,ପୁଅକୁ ପ୍ରଧାନମନ୍ତ୍ରୀ ଆବାସ
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି
କୁଜଙ୍ଗ (ରଞ୍ଜିତ କୁମାର ପଣ୍ଡା)କୁଜଙ୍ଗ ବ୍ଲକ୍ ରେ ଅଯୋଗ୍ୟ ହିତାଧିକାରୀ ମାନେ କିପରି ସାଧାରଣ ଗରିବ ଖଟିଖିଆ କୃଷକ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା କୁ ହଡ଼ପ କରୁଛନ୍ତି ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଜିଲ୍ଲାନାସୀ ଗ୍ରାମ ପଞ୍ଚାୟତ ସେହି ଗ୍ରାମରେ।
ଘଟଣାରୁ ପ୍ରକାଶ ଜିଲ୍ଲା ନାସି ଗ୍ରାମରେ ଗୋଟେ ପରିବାରକୁ ଦୁଇଟି ସରକାରୀ ଆବାସ ଯୋଜନା ରେ ପକ୍କା ଘର ଯୋଗାଇ ଦିଆଯାଇଥିବା ଅଭିଯୋଗ ହେଉଛି।ସେହି ଗ୍ରାମର ଧ୍ରୁବ ଓଝା ଙ୍କୁ ପୂର୍ବରୁ ଏକ ସରକାରୀ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଇଥିବା ବେଳେ ଏବେ ତାଙ୍କର ଏକ ମାତ୍ର ପୁତ୍ର ଶଶିକାନ୍ତ ଓଝା କୁ ଏକ ସରକାରୀ ଆବାସ ଯୋଜନା ରେ ପକ୍କା ଘର ଦିଆ ଯାଇଛି। ପୂର୍ବରୁ ମଧ୍ୟ ଶଶିକାନ୍ତ ର ଦୁଇ ବଖରା ପକ୍କା ଘର ଅଛି ।ଏଠାରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଜଣେ ଵେକ୍ତୀ ର ପକ୍କା ଘର ଥାଇ ମଧ୍ୟ ତାକୁ ଆଉ ଥରେ ସରକାରୀ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଉଅଛି କିନ୍ତୁ ସେହି ଗ୍ରାମରେ ଯାହାର ଚାଳଘର ଥିଲେ ମଧ୍ୟ ତାକୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉନାହିଁ।ଶୁଣିବାକୁ ମିଳୁଛି ଖାଲି ସେତିକି ନୁହେଁ ତଦନ୍ତକାରୀ ଅଫିସରମାନେ କୋଠା ଘର ଥିବା ଲୋକ ମାନଙ୍କ ଠାରୁ ବ୍ୟାପକ ଅର୍ଥ ନେଇ ଆଖପାଖରେ ଥିବା ଯେ କୌଣସି ଚାଳଘର ନିକଟରେ ଲୋକମାନଙ୍କୁ ଛିଡ଼ା କରାଇ ଫଟୋ ଉଠାଇ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉଅଛି।ତେଣୁ ଏ ନେଇ ଆଜି ଏକ ଲିଖିତ ଅଭିଯୋଗ ଡାକ ଯୋଗେ କୁଜଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀ,ଜିଲ୍ଲାପାଳ,ପଂଚାୟତରାଜ ବିଭାଗର ସଚିବ,’୫’ ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ପଠାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ଓ ଏହି ଦୁର୍ନୀତି ର ଉଚ୍ଚସ୍ତରୀୟ ତଦନ୍ତ କରାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଜିଲ୍ଲା ନାସି ପଞ୍ଚାୟତ ର ସମାଜସେବୀ ତଥା ବିଜେଡ଼ି ନେତା ତପନ କୁମାର ସାମନ୍ତରାୟ ଓ ଚିତ୍ତ ରଞ୍ଜନ ବେହେରା ଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି।