ସରପଞ୍ଚ ସ୍ୱାମୀଙ୍କ ନାମରେ ଠକେଇ ଅଭିଯୋଗ

0 850

ତିର୍ତ୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ବିରିତୋଳ ପଞ୍ଚାୟତରେ ଥିବା ବିରିତୋଳ ଗ୍ରାମର ନିବାସୀ ଶେଖ ବକାଉଲ୍ଲା(ସୋନା)ଙ୍କ କହିବା ଅନୁଯାୟୀ ବିରିତୋଳ ପଞ୍ଚାୟତର ସରପଞ୍ଚ ରୁକ୍ ସାନା ବେଗମ୍ ଙ୍କ ସ୍ଵାମୀ ଶେଖ୍ ଲତିଫ୍ ଉଦିନ୍…୧, ଶେଖ୍ ବକାଉଲ୍ଲା୨,ପିତା ସାବୀର ଅଲ୍ଲୀ,୩,ଚାଚା ଜାକିର୍ ଅଲ୍ଲି,୪,ଶେଖ୍ ସାହିଦ୍ ଅଲ୍ଲୀ,୫ଝୁନୀ (ଜାହାରା ଖାତୁନ)ଓ ଚାଚି ନୁର୍ ଜାନ ବିବିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକା ଘର କରେଇ ଦେବାକୁ କହି ଜଣେ ଲୋକ ପିଛା ଦଶ ହଜାର ଲେଖାଏଁ ଟଙ୍କା ନେଇ ଥିବା ଜଣାପଡିଛି…ଏ ନେଇ ଶେଖ୍ ବକାଉଲ୍ଲା ଗତକାଲି ତ୍ରିତୋଲ ଥାନାରେ ଅଭିଯୋଗ କରିଛନ୍ତି ଏବଂ ନିଜର ମତ ପ୍ରକାଶ କରି କହିଛନ୍ତି ଯେ ବିରିତୋଳ ପଞ୍ଚାୟତର ସରପଞ୍ଚ ରୁକ୍ ସାନା ବେଗମ୍ ଙ୍କ ସ୍ୱାମୀ ଶେଖ୍ ଲତିଫ୍ ଉଦିନ୍ କହିଲା ମୁ ଗୋଟିଏ ପାଟିସନ ଦଲିଲ ଲେଖିଆଣିଲେ ତୁମେ ସେଥିରେ ଦସ୍ତଖତ କରିଦେବ କହି ସେହିଦିନ ଦୁଇ ଟା ପଚାଶ ଟଙ୍କିଆ ନନ୍ ଜୁଡିସିଆଲ ପେପର ଏବଂ ସାଧା କାଗଜ ଆଣି ମୋର ପରିବାର ଲୋକଙ୍କ ଠାରୁ ଦସ୍ତଖତ କରାଇନେଇ ଥିଲା…କିଛି ଦିନ ଗଲାପରେ ସରପଞ୍ଚ ସେମାନଙ୍କୁ ଚାଳିଶ ହଜାର ଟଙ୍କା ମାଗିଲେ ମୋର ବାପା ଓ ଅନ୍ୟମାନେ ଟଙ୍କା ନ ଦେବାରୁ ସେମାନଙ୍କୁ ସରକାରୀ ଯୋଜନାରୁ ବଂଚିତ କରିବା ସହ ନନ ଜୁଡିସିଆଲ ପେପର ରେ ଦସ୍ତଖତ କରାଇନେଇଥିବା ସୂତ୍ରଧାରରେ ଉଲ୍ଲେଖ କରି ଦଶଲକ୍ଷ୍ୟ ଟଙ୍କା ମାଗୁଛନ୍ତି ଏବଂ ଧମକ ଦେଇ କହୁଛନ୍ତି ଯଦି ତମେ ମୋ କଥା ଅନୁସାରେ ଦଶ ଲକ୍ଷ୍ୟ ଟଙ୍କା ନ ଦିଅ ତାହେଲେ ତୁମର ଏ ଜମି ବାଡ଼ି ସବୁ ହଡପ କରି ନେବି ଯଦି ମୁହଁ ଖୋଲିବ ତାହେଲେ ମୁଁ ଟିଟୋ ଜ୍ଞାଙ୍ଗ ଲୋକ ତତେ ହତ୍ୟା କରି ପାରାଦୀପ ସମୁଦ୍ରରେ ଫୋପାଡ଼ି ଦେବୀ…! ଜଗତସିଂହପୁର କୋର୍ଟରେ କେସ୍ ନଂ- 362/19 ଏବଂ ଆଇ .ଏ -248/19 ର ବିଚାର ପାଇଁ ପକ୍ଷ ମାନଙ୍କୁ କୋର୍ଟ ରେ ନୋଟିସ କରାଯାଇଥିବାରୁ ଶେଖ୍ ଲତିଫ୍ ଉଦିନ୍ ଉତ୍ୟକ୍ତ ହୋଇ ଶେଖ୍ ବକାଉଲ୍ଲା ଙ୍କ ପରିବାର ଲୋକଙ୍କୁ ମାରିଦେବାକୁ ଧମକ୍ ଦେଉଛନ୍ତି ବୋଲି ବକାଉଲ୍ଲା ଏକ ଲିଖିତ ଅଭିଯୋଗ ପ୍ରକାଶ କରିଛନ୍ତି ପ୍ରକାଶ କରିଛନ୍ତି ।
ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋରେ ଧରିଛି l ଦେଖାଯାଉ ଆଗକୁ ଅଭିଯୋଗ କାରୀ କଣ ନ୍ୟାୟ ପାଉଛି କି ନାହିଁ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

13 − four =