ସ୍ମିତାରାଣୀ ମୃତ୍ୟୁ ମାମଲା : 28ରେ ମହିଳା କମିଶନଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା

0 569

ଭୁବନେଶ୍ୱର : ସ୍ମିତାରାଣୀ ହତ୍ୟା ମାମଲାରେ ମହିଳା କମିଶନଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା l ଆସନ୍ତା 28 ରେ ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନ କାର୍ଯ୍ୟାଳୟ ଘେରିବ l ସ୍ମିତାରାଣୀ ହତ୍ୟା ମାମଲାରେ ମିଥ୍ୟା ରିପୋର୍ଟ ଦେବା ଅଭିଯୋଗରେ ମହିଳା କମିଶନଙ୍କୁ ମହିଳା ମୋର୍ଚ୍ଚା ଘେରାଉ କରିବ ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି l

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡା କହିଛନ୍ତି, ମହିଳା କମିଶନ ଅଧ୍ୟକ୍ଷ୍ୟା ସ୍ମିତାରାଣୀଙ୍କ ଘରକୁ ନଯାଇ ରିପୋର୍ଟ ପ୍ରସ୍ତୁତ କରିଛନ୍ତି l କାରଣ ସ୍ମିତାରାଣୀଙ୍କ ସ୍ୱାମୀ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲା ବେଳେ ମହିଳା କମିଶନ ଅଧ୍ୟକ୍ଷ୍ୟା ତାଙ୍କୁ ଚିହ୍ନି ପାରିଲେ ନାହିଁ l କେବଳ ଦଳୀୟ ସରପଞ୍ଚ ରୁପେଶ ଭଦ୍ରଙ୍କ ପତ୍ନୀ ମଧୁସ୍ମିତା ଭଦ୍ରଙ୍କୁ ଭେଟି ରିପୋର୍ଟ ପ୍ରସ୍ତୁତ କରିଛନ୍ତି l ମହିଳା କମିଶନ ଅଧ୍ୟକ୍ଷା ଦଳୀୟ କର୍ମୀ ଭାବେ କାମ କରୁଥିବାର ଅଭିଯୋଗ କରି ବିଜେପି ମହିଳା ମୋର୍ଚ୍ଚା ଆସନ୍ତା 28ରେ ମହିଳା କମିଶନ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଚେତାବନୀ ଦେଇଛି l ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ଉପ ସଭନେତ୍ରୀ ପିଙ୍କି ପ୍ରଧାନ, କାନନଵାଲା ପଟ୍ଟନାୟକ ଓ ନିୟତି ଗିରି ଉପସ୍ଥିତ ଥିଲେ l

Leave A Reply

Your email address will not be published.

four + ten =