ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହଣାକଟା

0 533


ବାଲେଶ୍ଵର(ବିଦ୍ୟୁତପ୍ରଭା ବିଶ୍ୱାଳ): ଆଜି ଦିନ ଦ୍ୱିପ୍ରହରରେ ରସାଲପୁର ଛକରେ ଜଣେ ଯୁବକଙ୍କୁ ସେହି ଅଞ୍ଚଳର ଯୁବକ ଏକ ଖଣ୍ଡାରେ ଆକ୍ରମଣ କରିଛି। ମିଳିଥିବା ଖବର ଅନୁସାରେ, ସଦର ଥାନା ଅନ୍ତର୍ଗତ ରସାଲପୁରଛକସ୍ଥିତ କାଳୀମଣ୍ଡପ ଅଞ୍ଚଳର ପଞ୍ଚାନନ ମହାଳି(୪୩) ରସାଲପୁର ଛକରେ ଫଳ କିଣୁ ଥିଲେ। ହଠାତ୍ ପଛପଟୁ ଛେଳିପଦା ଅଞ୍ଚଳର ଜଣେ ଯୁବକ ଏକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ। ପଞ୍ଚାନନ କିଛି ବୁଝିବା ପୂର୍ବରୁ ହାଣିଥିବା ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି। ତେବେ କୌଣସି ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.

thirteen + 7 =