କୁଜଙ୍ଗ(ରଞ୍ଜିତ କୁମାର ପଣ୍ଡା): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନରେ ଥିବା ଜିଲାନାସି ପଞ୍ଚାୟତ ଜୟସଂଖପୁର ମହାନଦୀ କୂଳରେ ଏକ ଶବ ଭାସୁଥିବା ଖବର ପାଇ ସ୍ଥାନୀୟ ପୋଲିସ ପୂର୍ବାହ୍ନ ୧୦ଘଟିକାରେ ନଦୀରୁ ମୃତ ଦେହ ଉଦ୍ଧାର କରିଥିବା ଖବର ମିଳିଛି।ଏହି ମୃତ ଯୁବକ ଜଣକ ହେଲେ ପାରାଦ୍ଵୀପ ମଧୁବନ ଅଂଚଳର ଜଗନ୍ନାଥ ଦାସ ଙ୍କ ପୁଅ ଚନ୍ଦ୍ରଶେଖର ଦାସ।ପ୍ରକାଶ ଯେ ଆଜି ସକାଳେ ସେହି ଗ୍ରାମର କିଛି ବ୍ୟକ୍ତି ଶୌଚ ପାଇଁ ଯାଇଥିବା ବେଳେ ନଦୀରେ ମୃତ ଦେହ ଦେଖିବାକୁ ପାଇଥିଲେ।ସଙ୍ଗେ ସଙ୍ଗେ ଖବର ପାଇ ସ୍ଥାନୀୟ କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ଘଟଣା ସ୍ଥଳେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ଖବର ମିଳିଛି। ଏହାର ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ହତ୍ୟା ନା ଆତ୍ମହତ୍ୟା ଲୋକ ଲୋଚନକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।