କଟକ – ପାରାଦୀପ ରାସ୍ତା ସୁରକ୍ଷା ମଂଚର ବୈଠକ : ଦୁଇଲାଇନ୍ ବିଶିଷ୍ଟ ରାସ୍ତା ପାଇଁ ଦାବି

0 568

ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ଥାନା ଅନ୍ତର୍ଗତ ରାହାମା କଲେଜ ଛକ ଗୁଣ୍ଡିଚା ମନ୍ଦିର ପରିସରରେ କଟକ – ପାରାଦୀପ ରାସ୍ତା ସୁରକ୍ଷା ମଂଚର ଆବାହକ ବିଶିଷ୍ଟ ସମାଜସେବୀ ଅରୁଣ କୁମାର ପାଣିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମଂଚର ଉଦେ୍ଶ୍ୟ ଓ ଉଦ୍ୟମ ସମ୍ପର୍କକରେ ଆଲୋଚନା କରାଯାଇଥିଲା । କଟକ – ପାରାଦୀପ ରାସ୍ତା କଂକ୍ରିଟ ଢ଼ଳେଇ ରାସ୍ତା ହେବାପରେ ରାସ୍ତାରେ ଡ଼ିଭାଇଡ଼ର ନଥିବାରୁ ଏହି ରାସ୍ତାରେ ଦୈନିକ ସଡ଼କ ଦୂର୍ଘଟଣା ଘଟି ଲୋକମାନେ ମୃତୁ୍ୟବରଣ କରୁଛନ୍ତି । ଏହାର ପ୍ରତିକାର ପାଇଁ ଏହି ରାସ୍ତାରେ ଡ଼ିଭାଇଡ଼ର ନିର୍ମାଣ କରାଯାଇ ଦୁଇ ଲାଇନ୍ କରାଯିବା, ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଛକ ବଜାର ମାନଙ୍କରେ ସ୍ପିଡ଼୍ ବ୍ରେକର ଲଗାଇବା, ଆଲୋକୀକରଣ କରିବା, ମଦ୍ୟପ ଗାଡ଼ିଚାଳକମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ, ପୋଲିସ ପେଟ୍ରୋଲିଙ୍ଗ୍ ଉପରେ ଗୁରୁତ୍ୱ ଦିଆଯାଇ କଡ଼ା କଡ଼ି କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହିତ ପ୍ରଶାସନ ନିକଟରେ ଦାବି କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ଆସନ୍ତା ଶିଶୁ ଦିବସ ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାସ୍ତା ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବାପାଇଁ ବିଦ୍ୟାଳୟମାନଙ୍କରେ ମଂଚପକ୍ଷରୁ ସାକ୍ଷାତ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ସୁରକ୍ଷା ମଂଚ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳ, ଜଗତସିଂହପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ କଟକ ଜିଲ୍ଲାପାଳ ଓ ଆରକ୍ଷୀଅଧିକ୍ଷକଙ୍କ ସହିତ ସାକ୍ଷାତ କରି ଏହି ମଂଚର ଉଦେ୍ଶ୍ୟ ସମ୍ପର୍କରେ ଆଲୋଚନା କରାଯାଇ ଦାବୀପତ୍ର ପ୍ରଦାନ କରାଯିବାପାଇଁ ନିଷ୍ପତି ନିଆଯାଇଥିଲା । ତିର୍ତୋଲ ମଣିଚରଣ ସ୍କୁଲ ସମ୍ମୁଖରେ ହମ୍ପସ ଓ ସ୍ପିଡ଼ ବ୍ରେକର କରାଯିବାପାଇଁ ଦାବି କରାଯାଇଥିଲା । ଏହାସହିତ ବୈଠକରେ ରାହାମା ଶାଖା ପାଇଁ ସଭାପତିଭାବେ ଜୟନ୍ତ କୁମାର ଦାସ, ସମ୍ପାଦକ ଭାବେ ଦୂର୍ଯ୍ୟଧନ ସ୍ୱାଇଁ, କୋଷାଧ୍ୟକ୍ଷଭାବେ ମାନସ ରଞ୍ଜନ ରାଉତ ଓ ଉପଦେଷ୍ଟାଭାବେ ବରିଷ୍ଟ ସମାଜସେବୀ ସୁନାକର ବେହେରାଙ୍କ ନାମ ଚୟନ କରାଯାଇଥିଲା । ଏହି ବୈଠକରେ ଆଇନିଜୀବୀ ପ୍ରଶାନ୍ତ କୁମାର ଦାସ, ସ୍ମୃତି ରଞ୍ଜନ ଦାଶ, ସାମ୍ବିଦକ ରଞ୍ଜନ ଖୁଂଟିଆ, ଆଇନଜୀବୀ ତଥା ସାମ୍ବାଦିକ ଟୁକନ ଚରଣ ସେଠୀ, ଅଭୟ କୁମାର ସାହୁ, ଜ୍ୟୋତିମୟ ଚୌଧୂରୀ, ଆଲୋକ କୁମାର ଦାସ, ତପନ କୁମାର ଦାସ, ମାନସ ରଞ୍ଜନ ରାଉତ, ଜୟନ୍ତ କୁମାର ଦାସ, ଦୂର୍ଯେ୍ୟାଧନ ସ୍ୱାଇଁ, ଏସ.ସରୋଜ କୁମାର, ଚନ୍ଦ୍ରମଣି ସୁତାର, ନିତାଇ ରାଜେନ୍ଦ୍ର କୁଅଁର, ଜିତେନ୍ ସଂଗ୍ରାମ ବେହେରା, ଦୁଷ୍ମନ୍ତ ଦାସ, ବିକ୍ରମ କୁମାର ସ୍ୱାଇଁ, ସୁବ୍ରତ କୁମାର ସ୍ୱାଇଁ, ବିଭାନ ରଞ୍ଜନ ଲେଙ୍କା, ଜିତେନ୍ଦ୍ର ଦାସଙ୍କ ସମେତ ମଂଚର ଅନ୍ୟକର୍ମକର୍ତାମାନେ ଉପସ୍ଥିତ ଥିଲେ । ଏହି ମଂଚର ଆଗାମୀ ବୈଠକ ତିର୍ତୋଲ ଠାରେ ଆସନ୍ତା ମାସରେ କରାଯିବା ପାଇଁ ସ୍ଥିର କରାଯାଇଥିଲା ।

Leave A Reply

Your email address will not be published.

2 × 4 =