ଜଗତସିଂହପୁର : ଜଗତସିଂହପୁର ଥାନା ଅନ୍ତର୍ଗତ ସରାମ୍ବ ଗ୍ରାମର ଯୋଗେନ୍ଦ୍ର ସେଠୀ ଙ୍କ ବଧୁ ତଥା ମନୋରଞ୍ଜନ ସେଠୀଙ୍କ ପତ୍ନୀ ଶୁଭଲଷ୍ମୀ ସେଠୀ ପାରିବାରିକ କଳହ କୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ଘଟଣାରୁ ପ୍ରକାଶ ଯେ ଗତ ରାତିରେ କୌଣସି କାରଣରୁ ଯୋଗେନ୍ଦ୍ର ସେଠୀଙ୍କ ପରିବାରରେ କଳହ ସୃଷ୍ଟି ହୋଇଥିଲା।ପରବର୍ତ୍ତୀ ସମୟରେ ବୋହୁ ଶୁଭଲଷ୍ମୀ ନିଜର ମାନସିକ ଭାରସାମ୍ୟ ହରାଇ ନିଜ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି।ତେବେ ଖବରପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।