ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ -୨୦୧୯ ପାଳିତ

0 666

ଜଗତସିଂହପୁର(ଦୁର୍ଯ୍ୟୋଧନ ମହାରଣା): ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ୨୦୧୯ ପାଳିତ ହୋଇଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ,ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି,ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସ, ଜଗତସିଂହପୁର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ସ୍କାଉଟଗାଇଡ଼ ମାନେ ଯୋଗଦେଇ ବିଗତ ଦିନରେ ହୋଇଥିବା ମହାବାତ୍ୟା କୁ ମନେରଖିବା ନିମନ୍ତେ ଏକ ସଚେତନତା ଶୋଭାଯାତ୍ରାରେ ଯୋଗଦେଇଥିଲେ।ଏହି ଶୋଭାଯାତ୍ରା ସ୍ଥାନୀୟ କଲେଜ ଛକ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ପରେ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ପଡିଆ ରେ ଏ ସମ୍ପର୍କରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ବକ୍ତାମାନେ ୧୯୯୯ ମହାବାତ୍ୟାର କରୁଣ କାହାଣୀ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ଅଗ୍ନିଶମ ବିଭାଗ ଏବଂ ପାରାଦ୍ୱୀପ ସ୍ଥିତ ଇଫକୋ ସଂସ୍ଥାର ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମକ ଡ୍ରିଲ କରାଯାଇ ବିପଦ ସମୟରେ ଅଗ୍ନିଶମ ବିଭାଗ କିଭଳି ଲୋକମାନଙ୍କୁ ସହାୟତା ପ୍ରଦାନ କରାଇବ ସେ କଳା ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.

fourteen − four =