।
ପାରାଦ୍ୱୀପ(ଦିପ୍ତୀରଂଜନ ଦାସ ): ୧୯୯୯ ମସିହା ମହାବାତ୍ୟାକୁ ପୁରିଲା ୨୦ ବର୍ଷ । ଏହି ମହାବାତ୍ୟାରେ ସଚେତନତା ଅଭାବରୁ ବହୁ ଧନଜୀବନ ନଷ୍ଟ ହୋଇଥିଲା । ଏହାର ସ୍ମୁତି ଚାରଣ ଓ ସାଧାରଣରେ ସତର୍କତା ଅବଲମ୍ବନ ପାଇଁ ପାରାଦ୍ୱୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅମ୍ବିକାଈ ଗଣ ପରିଷଦ ପକ୍ଷରୁ ସ୍ଥାନୀୟ ଆମ୍ବେଦକର ଭବନରେ ମଙ୍ଗଳବାର ସଂଧ୍ୟାରେ ଏକ ସତର୍କ ଦିବସ ସ୍ମୃତି ବାର୍ଷିକୀ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଧୃବଚରଣ ମହାପାତ୍ର, ସମାଜସେବୀ ଓ କବୟତ୍ରୀ ହାରାମଣୀ ମହାପାତ୍ର, ଗୋଲାପରାଣୀ ସାହୁ, ଅଧ୍ୟାପକ ସୁବାସ ବିଶ୍ୱାଳ, ଆଇନଜିବୀ ତାପସ କୁମାର ଦିବେଦୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମହାବାତ୍ୟା ଓ ଏଥି ପ୍ରତି ସତର୍କତା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜିବୀ, କବି ଓ କବୟତ୍ରୀ, ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ ।