ତିର୍ତୋଲ(ସାମନ୍ତରାୟ ମନୋରଞ୍ଜନ ଦାସ): ରାଜ୍ୟ ସରକାର ଫାଇପ୍ ଟିର ଡ଼ିଣ୍ଡିମ ପିଟୁଥିବାବେଳେ ମଣିଜଙ୍ଗା ଡ଼ାକ୍ତରଖାନାରେ ଏହା ପ୍ରହସନରେ ପରିଣତ ହୋଇଛି । ଏହି ଡ଼ାକ୍ତରଖାନାକୁ ମଙ୍ଗଳବାର ରାତି ପାହାନ୍ତାକୁ ସରିକି ମୌଜାରୁ ଜଣେ ଝାଡ଼ା ବାନ୍ତିରେ ଆକ୍ରାନ୍ତ ମହିଳା ଚିକିସ ପାଇଁ ପହଂଚି ହନ୍ତସନ୍ତ ହୋଇଥିବା ଜଣାପଡ଼ିଛି । ଭୋର ୪ ଟା ୩୦ ମିନିଟ୍ ସମୟ ଡ଼ାକ୍ତରଖାନା, ଡ଼ାକ୍ତରଙ୍କ ଚ୍ୟାମ୍ବର, ସେବିକାଙ୍କ ଗୃହ ଓ ସିକୁ୍ୟରିଟି ମାନେ ଶୋଇଯାଇଥିବା କାରଣରୁ ଦୀର୍ଘ ସମୟ ଧରି ରୋଗୀ ଚିକିସôା ଅବହେଳା କାରଣରୁ ହନ୍ତସନ୍ତ ହୋଇଥିବା ଜଣାପଡ଼ିଥିଲା । ରୋଗୀର ସମ୍ପର୍କୀୟ ଡ଼ାକ୍ତରଙ୍କ ଚ୍ୟାମ୍ବର କବାଟ ବାଡେ଼ଇବାପରେ ଡ଼ାକ୍ତର ଉଠି ସାଲାଇନ୍ ଓ ଇଜେଂକସନ ନେବାପାଇଁ ଚିଠା ଲେଖିଥିଲେ । ରୋଗିର ସମ୍ପର୍କୀୟ ସେବିକାଙ୍କ ଡ଼ିୟୁଟି ରୁମ୍କୁ ଯାଇ ସେଠାରେ ମଧ୍ୟ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଡ଼ିୟୁଟିରେ ଥିବା ଡ଼ାକ୍ତରଙ୍କୁ ପଚାରିବାରୁ ସେ ନିଜକୁ ଅସହାୟ ମଣି ଜଗତସିଂହପୁର କିମ୍ବା କଟକ ରେଫର କରିବାପାଇଁ ପରାମର୍ଶ ଦେଇଥିଲେ । ଯାହା ରୋଗୀ ଓ ସମ୍ପର୍କୀୟଙ୍କ ଅସହାୟତାକୁ ଦ୍ୱିଗୁଣିତ କରିଥିଲା । ଦୀର୍ଘ ଦେଡ଼ଘଂଟାକାଳ ଅପେକ୍ଷା କରିବା ସହିତ ଜିଲ୍ଲା ଚିକିସ ଅଧିକାରୀଙ୍କୁ ଅବଗତ କରିବାପରେ ସେବୀକା ପହଞ୍ଚିଥିଲେ । ସେବିକା କାହିଁକି ଜିଲ୍ଲା ଚିକିସôା ଅଧିକାରୀଙ୍କୁ ଜଣାଇଲ ବୋଲି ବିରକ୍ତିଭାବ ପୋଷଣ କରିବା ସହିତ ରୋଗୀଙ୍କୁ ଦୁର୍ବ୍ୟବହାର ପଦର୍ଶନ କରିଥିଲେ । ଏହା ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୋଗୀ ସେବାରେ ଅପାରଗତାର ଏକ ନମୁନା ମାତ୍ର । ଅପରପକ୍ଷରେ ମଣିଜଙ୍ଗା ଡ଼ାକ୍ତରଖାନାରେ ଥିବା ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅବହେଳା କରାଯାଉଥିବା ନେଇ ଏକାଧିକବାର ଗଣମାଧ୍ୟମରେ ପ୍ରକାଶ ପାଇଲେ ମଧ୍ୟ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନାହିବୋଲି ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏଠାରେ ନିଯୁକ୍ତ ଡ଼ାକ୍ତର, ସେବିକା ଓ ସିକୁ୍ୟରିଟି ସଠିକ୍ ଭାବରେ ନିଜ ନିଜର କର୍ତବ୍ୟ ସମ୍ପାଦନ କରୁନଥିବା କୁହାଯାଉଛି । ଯାହା ରାଜ୍ୟସରକାରଙ୍କର ଫାଇପ୍ ଟି ବ୍ୟବସ୍ଥାକୁ ତାଛଲ୍ୟ କରୁଛି ।