କଟକ – ପାରାଦୀପ ରାସ୍ତା ସୁରକ୍ଷା ମଞ୍ଚ ତିର୍ତୋଲ ଶାଖା ବୈଠକ : ରାସ୍ତାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା

0 859


ତିର୍ତୋଲ(ସାମନ୍ତରାୟ ମନୋଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ନାଉସିରା କାଳୀ ମନ୍ଦିର ପରିସରରେ କଟକ – ପାରାଦୀପ ରାସ୍ତା ସୁରକ୍ଷା ମଂଚର ଆବାହକ ବିଶିଷ୍ଟ ସମାଜସେବୀ ଅରୁଣ କୁମାର ପାଣିଙ୍କ ସଭାପତିତ୍ୱରେ ତିର୍ତୋଲ ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଂଚର ଉଦେ୍ଧଶ୍ୟ ଓ ଉଦ୍ୟମ ସମ୍ପର୍କକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ କଟକ – ପାରାଦୀପ ରାସ୍ତା ନିର୍ମାଣ ସମୟରେ ଯେଉଁସବୁ ନିୟମାବଳି ଥିଲା ସେହି ଅନୁସାରେ ରାସ୍ତା ଠିକାଦାର କାର୍ଯ୍ୟକରିନଥିବା ସୂଚନା ପ୍ରଦାନ କରାଯାଇଥିଲା । ଆସନ୍ତା ଶିଶୁ ଦିବସ ଦିନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାସ୍ତା ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବାପାଇଁ ବିଦ୍ୟାଳୟମାନଙ୍କରେ ମଂଚପକ୍ଷରୁ ସାକ୍ଷାତ କରାଯିବାପାଇଁ ଆଲୋଚନା କରାଯାଇଥିଲା । ସୁରକ୍ଷା ମଂଚ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳ, ଜଗତସିଂହପୁର ଆରକ୍ଷୀ ଅଧିକ୍ଷକଙ୍କ ସମେତ କଟକ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହିତ ସାକ୍ଷାତ କରି ଏହି ମଂଚର ଉଦେ୍ଧଶ୍ୟ ସମ୍ପର୍କରେ ଆଲୋଚନା କରାଯାଇ ଦାବୀପତ୍ର ପ୍ରଦାନ କରାଯିବାପାଇଁ ନିଷ୍ପତି ନିଆଯାଇଥିଲା । ତିର୍ତୋଲ ମଣିଚରଣ ସ୍କୁଲ ସମ୍ମୁଖରେ ହମ୍ପସ ଓ ସ୍ପିଡ଼ ବ୍ରେକର କରାଯିବାପାଇଁ ଦାବି କରାଯାଇଥିଲା । କଟକ – ପାରାଦୀପ ରାସ୍ତା କଂକ୍ରିଟ ଢ଼ଳେଇ ରାସ୍ତା ହେବାପରେ ରାସ୍ତାରେ ଡ଼ିଭାଇଡ଼ର ନଥିବାରୁ ଏହି ରାସ୍ତାରେ ଦୈନିକ ସଡ଼କ ଦୂର୍ଘଟଣା ଘଟି ଲୋକମାନେ ମୃତୁ୍ୟବରଣ କରୁଛନ୍ତି । ଏହାର ପ୍ରତିକାର ପାଇଁ ଏହି ରାସ୍ତାରେ ଡ଼ିଭାଇଡ଼ର ନିର୍ମାଣ କରାଯାଇ ଦୁଇ ଲାଇନ୍ କରାଯିବା, ପ୍ରତ୍ୟକ ଗୁରୁତ୍ୱପୂର୍ଣ୍ଣ ଛକ ବଜାର ମାନଙ୍କରେ ସ୍ପିଡ଼୍ ବ୍ରେକର ଲଗାଇବା, ଆଲୋକୀକରଣ କରିବା, ମଦ୍ୟପ ଗାଡ଼ିଚାଳକମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ, ପୋଲିସ ପେଟ୍ରୋଲିଙ୍ଗ୍ ଉପରେ ଗୁରୁତ୍ୱ ଦିଆଯାଇ କଡ଼ାକଡ଼ି କରିବା, ରାସ୍ତାର ଦୁଇ ପାଶ୍ୱର୍ରେ ଥିବା ବିଦ୍ୟାଳୟ ମାନଙ୍କରେ ସଡ଼କ ସଚେତନ କାର୍ଯ୍ୟକ୍ରମ କରିବା, ରାସ୍ତାର ଦୁଇ ପାଶ୍ୱର୍ରେ ଜାଲି ଲଗାଯାଇ ବୁଲା ଗୋରୁ, କୁକୁର, ମାଙ୍କଡ଼ଙ୍କ ଅବାଧ ଓ ହଠାତ ପ୍ରବେଶକୁ ରୋକାଯିବ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହିତ ପ୍ରଶାସନ ନିକଟରେ ଦାବୀ କରାଯିବପାଇଁ ନିଷ୍ପତି ନିଆଯାଇଥିଲା । ଏହାସହିତ ବୈଠକରେ ତିର୍ତୋଲ ଶାଖା ପାଇଁ ସଭାପତିଭାବେ ଦେବେନ୍ଦ କୁମାର ମହାପାତ୍ର, ଉପସଭାପତିଭାବେ ଶୁଭେନ୍ଦୁ କୁମାର ପଣ୍ଡା, ସମ୍ପାଦକଭାବେ ଅଭୟ କୁମାର ସାହୁ, ସହସମ୍ପାଦକ ଭାବେ ରଞ୍ଜନ ଖୁଂଟିଆ, କୋଷାଧ୍ୟକ୍ଷ ଭାବେ ନିଶାକର ଦାସଙ୍କ ସର୍ବସମତିକ୍ରମେ ଚୟନ କରାଯାଇଥିଲା । ଉପଦେଷ୍ଟା ଭାବେ ଅଶୋକ କୁମାର କାନୁନ୍ଗୋ, ରମାକାନ୍ତ ରାଉଳ, ନିରଞ୍ଜନ ଚାନ୍ଦ୍, ଗୁରୁଦତ ପରିଜା, ବିଜୟାନନ୍ଦ ନାଥ, ଆଇନଜୀବୀ ପ୍ରଶାନ୍ତ କୁମାର ଦାସ, ବିମଳ ଚନ୍ଦ୍ର ଦାସଙ୍କ ଚୟନ କରାଯାଇଥିଲା । ଏହି ବୈଠକରେ ଦେବେନ୍ଦ୍ର କୁମାର ମହାପାତ୍ର, ପ୍ରଶାନ୍ତ କୁମାର ଦାସ, ସାମ୍ବିଦକ ରଞ୍ଜନ ଖୁଂଟିଆ, ଶୁଭେନ୍ଦୁ ପଣ୍ଡା, ଭାଗବତ ଦାସ, ସୁକାନ୍ତ ବିଶ୍ୱାଳ, ପ୍ରତୀଶ କୁମାର ସାହୁ, ରାମଚନ୍ଦ୍ର ଦାସ, ଶିବଚରଣ ମଲ୍ଲିକ, ସିଦେ୍ଧଶ୍ୱର ସାମଲ, ସାଗର ଦାସ, ସାରଦା ପ୍ରସାଦ ଷଢ଼ଙ୍ଗୀ, ଅଧିକାରୀ ସୁଧାଶୁଂ ଶେଖର ଦାସ, କୌଳାଶ ଚନ୍ଦ୍ର ନାୟକ, ସ୍ମୃତି ରଞ୍ଜନ ଦାଶ, ନିଶାକର ଦାସ, ଦୁଷ୍ମନ୍ତ ଦାସଙ୍କ ସମେତ ୫୦ରୁ ଉର୍ଦ୍ଧ ମଞ୍ଚର କର୍ମକର୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

sixteen − one =