ତିର୍ତୋଲ: ତିର୍ତୋଲ ବ୍ଲକ ଅର୍ନ୍ତଗତ ତେନ୍ତୁଲିପଦାସ୍ଥିତ ଶୁଦ୍ରମୁନି ସାରଳା ଦାସ ମୁନି ଗୋସାଇଁ ମଠ ଆଦିକବି ଭବନରେ ଝଙ୍କଡ଼ ସାହିତ୍ୟ ସଂସଦର ସାଂଗଠନିକ ଆଲୋଚନା, ଆୟବ୍ୟୟ ହିସାବ ଓ ନୂତନ କାର୍ଯ୍ୟକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାହିତି୍ୟକ ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଂପାଦକ ଗୋଲୋକ ବିହାରି ପଲାଇ ସ୍ୱାଗତ ଭାଷଣ ମାଧ୍ୟମରେ ସାଂଗଠନିକ ବ୍ୟବସ୍ଥା ଓ ଆୟବ୍ୟୟର ହିସାବ ଉପରେ ଆଲୋକପାତ କରି ସଭାସଦ୍ ମାନଙ୍କ ମତାମତ ଲୋଡ଼ିଥିଲେ । ଅଧ୍ୟାପକ ଉମାକାନ୍ତ ନାୟକ, ସଭ୍ୟ ଜ୍ଞାନରଞ୍ଜନ ଦାସ, ପଦ୍ମାବତୀ ମିଶ୍ର, ମନୋରଞ୍ଜନ ସ୍ୱାଇଁ, ପରମାନନ୍ଦ ମିଶ୍ର, ପ୍ରବୋଧ କୁମାର ରଥ, ନିତ୍ୟାନନ୍ଦ ନାୟକ, ଦିଗମ୍ବର ରାଉତ, ପ୍ରଶାନ୍ତ କୁମାର ଦାସ, ବସନ୍ତ ମଞ୍ଜରୀ ଦାସ, ଶ୍ୟାମସୁନ୍ଦର ବେହେରା, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଓ ନାରାୟଣ ପ୍ରସାଦ ଦାଶ ପ୍ରମୁଖ ନିଜ ନିଜର ସାଂଗଠନିକ ଅନୁଭୂତି ଉପରେ ମତବ୍ୟକ୍ତ କରିଥିଲେ । କୋଷାଧ୍ୟକ୍ଷ ପବିତ୍ର କୁମାର କର ବାର୍ଷିକ ଆୟବ୍ୟୟର ହିସାବ ଉପସ୍ଥାପନ କରିବାପରେ ଉକ୍ତ ହିସାବ ଫର୍ଦ୍ଧ ସର୍ବ ସମ୍ମତିକ୍ରବେ ଗୃହୀତ ହୋଇଥିଲା । ନବଗଠିତ କାର୍ଯ୍ୟନିର୍ବାହୀ ପରିଷଦର କାର୍ଯକର୍ତ୍ତା ସଭାପତିଭାବେ ନିତ୍ୟାନନ୍ଦ ଜେନା, କାର୍ଯ୍ୟକାରି ସଭାପତି ମହୋନ୍ଦ୍ର କୁମାର ଆଚାର୍ଯ୍ୟ, ଉପସଭାପତି ସୁରେଶ ଚନ୍ଦ୍ର ମହାନ୍ତି, ଉପସଭାନେତ୍ରୀ ଡ଼ଃ. ବିଷ୍ଣୁ ପି୍ରୟା ଦାସ, ସାଧାରଣ ସଂପାଦକ ଗୋଲୋକ ବିହାରି ପଲାଇ, ସହସଂପାଦକ ସବିତା ନାୟକ, ସଂଗଠନ ସଂପାଦକ ବାସବ କୁମାର ନନ୍ଦ, କୋଷାଧ୍ୟକ୍ଷ ଝୁଲରାମ ଦାସ, କାର୍ଯ୍ୟକାରିଣୀ ସଭାଭାବେ ହେମନ୍ତ କୁମାର ନାୟକ, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଓ ଦିଗମ୍ବର ରାଉତଙ୍କୁ ନିର୍ବାଚିତ କରାଯାଇଥିଲା । ଏଥିସହିତ ଉପଦେଷ୍ଟା ପରିଷଦ ଓ ସ୍ମରଣିକା କମିଟିର କାର୍ଯ୍ୟକର୍ତାଗଣ ମଧ୍ୟ ନିର୍ବାଚିତ କରାଯାଇଥିଲା । ଆଦିକବି ମଣ୍ଡଳ, ଶାରଳା ମଣ୍ଡଳ, ଚେଳିତୋଳ ମଣ୍ଡଳ, ମହାନଦୀ ମଣ୍ଡଳ ଓ ହଂସୁଆ ମଣ୍ଡଳର ଆବାହକ ଓ ସଂଯୋଜକ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରରେ ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ସ୍ୱାଇଁ, ସାରଦା ପ୍ରସାଦ ଚଇନି, ପ୍ରଭାତ କୁମାର ପରିଡ଼ା, ବସନ୍ତ କୁମାର ଓଝା, ସନାତନ ସାହୁ, ସରସ୍ୱତୀ ସୁତାର, ସବିତା ମିଶ୍ର, ବେବିସ୍ମିତା ପଣ୍ଡା, ଶୈଳବାଳା ପରିଜା, ସୁରେନ୍ଦ୍ର କୁମାର ସାହୁ, ଫକୀର ଚରଣ ବାରିକ୍, ଆରତୀ ତି୍ରପାଠୀ, ଦେବେନ୍ଦ୍ର ନାଥ କର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପଣ୍ଡିତ ବାସବ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।