ତିର୍ତୋଲ: ତିର୍ତୋଲ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଥିବା ଆଖଣ୍ଡଳମଣି ନୋଡ଼ାଲ ଉପ୍ରା ବିଦ୍ୟାଳୟ ପରିସରରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ- ୨୦୧୯ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନି ଉତ୍ସବରେ ବ୍ଲକ ଶିକ୍ଷାଅଧିକାରୀ ଧିରେନ୍ଦ୍ର ନାଥ ଦାଶ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ପଂଚାୟତସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି ଯୋଗଦେଇ ଆଜିର ଶିଶୁ କାଲିର ଭବିଷ୍ୟତ, ସେମାନଙ୍କ ଉପରେ ଦେଶର ପ୍ରଗତି ବଢ଼ିପାରେ । ଆଜିର ଶିଶୁ କାଲି ଜଣେ ଜଣେ ଡ଼ାକ୍ତର, ଇଜିନିଅର, କଲେକ୍ଟର, ସମାଜସେବୀ, ମନ୍ତ୍ରୀ ହୋଇ ଉଭାହେବ । ଏହି କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଗଠନରେ ଶିକ୍ଷକ/ଶିକ୍ଷୟତ୍ରୀଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନନୀତ ଅତିଥି ଅତିରିକ୍ତ ଶିକ୍ଷାଧିକାରୀ ବାସନ୍ତ ସେଠୀ, ପ୍ରଶନ୍ନ କର, ଅନନ୍ତ କିଶୋର ଭୂୟାଁ ପ୍ରମୁଖ ଯୋଗଦେଇଥିଲେ । ଉଯାପନି ସଭାରେ ମୁଖ୍ୟଅତିଥିଭାବେ ଅବସରପ୍ରାପ୍ତ ଡେ଼ପୁଟି କଲେକ୍ଟର ସୁରେଶ ଚନ୍ଦ୍ର ମହାନ୍ତି, ଦିଲ୍ଲି ଦୂରଦର୍ଶନ ଅବସରପ୍ରାପ୍ତ ଉପନଦ୍ଧର୍୍ଶକ ନିତ୍ୟାନନ୍ଦ ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ଭବିଷ୍ୟତ ଗଠନ ଉପରେ ପରାମର୍ଶ ଦେଇଥିଲେ । ଏହି ଅବସରରେ ମଣ୍ଡସ୍ତରୀୟ ଉସôବରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ, ଜଣାଅଜଣା, ହସ୍ତାକ୍ଷର, ରଚନା, ଗୀତ, ଚିତ୍ରାଙ୍କନ, ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ସିଲ୍ଡ ପ୍ରଦାନ କରି ପୁରସ୍ମାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଆରସିସି ଅକ୍ଷୟ କୁମାର ନାୟକ, ତାପସ କୁମାର ମହାନ୍ତି, ଆଲୋକ କୁମାର ମହାପାତ୍ର, ଦୀପକ ବିଶ୍ୱାଳ, ପ୍ରତାପ ସାହୁ, ମହୋନ୍ଦ୍ର ଆଚାର୍ଯ୍ୟ, ଶ୍ରୀମନ୍ତ ସୁତାର, ପ୍ରଦୀପ ରଥ, ଧିରେନ୍ଦ୍ର ମନ୍ତ୍ରୀ, ଅବଦୁଲ ଭଟୋ, ସଚିନ୍ଦ୍ର ସାହୁ, ଶୁସାନ୍ତି ବେହେର. ବସନ୍ତ ଷଢ଼ଙ୍ଗୀ, ରଜନୀ କାନ୍ତ ବେହେରା, ସମିର ସାହୁ, ସୁଜିତ ସ୍ୱାଇଁ, ଶୁସାନ୍ତ କର, ସ୍ମୃତି ରଞ୍ଜନ ନାୟକ, ଶେଖ୍ ଆବାସ ଉଦ୍ଧିନ, ଶିକ୍ଷକୟତ୍ରୀ ସରସ୍ୱତୀ ସାହୁ, ଶ୍ୱେତପଦ୍ମା ଖୁଣ୍ଟିଆ, କର୍ମକର୍ତ୍ତା ସୁକାନ୍ତ ଦାଶ, ଚନ୍ଦନ ବିଶୋଇଙ୍କ ସମତେ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।