ବାଙ୍କୀ: ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡ଼ି ଗ୍ରାମରେ ପବିତ୍ର ପଂଚୁକ ତିଥିରୁ ଆରମ୍ଭ ହୋଇଯାଇଛି ଦେବ ସେନାପତି କୁମାର କାର୍ତ୍ତିକେୟଙ୍କର ପୂଜାର୍ଚ୍ଚନା । ଏଥିପାଇଁ ଚଳଚଞ୍ଚଳ ରଗଡ଼ି ଗ୍ରାମ ପଞ୍ଚାୟତ ହୋଇପଡ଼ିଥିବା ବେଳେ ଉତ୍ସବ ମୁଖର ହୋଇଉଠିଛି ସମସ୍ତ ସାହି । ମାଟି ଅନୁକୂଳ କରି କାର୍ତ୍ତିକେୟଙ୍କର ସୁନ୍ଦର ମୃଣ୍ମୟ ପ୍ରତିମାମାନ ନିର୍ମାଣ କରି ୧୧ଗୋଟି ପୂଜା ମଣ୍ଡପରେ କାର୍ତ୍ତିକେୟଙ୍କର ଆବାହନ କରାଯିବା ସହ ବୈଦିକ ମନ୍ତ୍ର ଉ·ରଣ ସହିତ ପୂଜାପାଠ କରାଯାଉଥିବା ଦେଖାଯାଇଛି । ପ୍ରତ୍ୟେକ ପୂଜା ମଣ୍ଡପ ତରଫରୁ ମଣ୍ଡପଗୁଡ଼ିକୁ ଆକର୍ଷଣୀୟ ଢଙ୍ଗରେ ସାଜସଜା କରାଯିବା ସହିତ ସୁନ୍ଦର ସୁନ୍ଦର ତୋରଣକୁ ଦର୍ଶକଙ୍କ ପାଇଁ କରାଯାଇଥିବା ପୂଜା କମିଟିର ସଭାପତିମାନେ ପ୍ରକାଶ କରିଛନ୍ତି । ଭାଇ·ରା ତଥା ସର୍ବଧର୍ମ ସମନ୍ୱୟର ଗ୍ରାମ ରଗଡ଼ିରେ ଦୀର୍ଘ ବର୍ଷ ହେବ ଏହି ପୂଜା ଉତ୍ସବ ପାଳିତ ହୋଇଆସୁଛି । ପ୍ରଥମେ ଏହାକୁ ଗ୍ରାମର ଧାର୍ମିକ ବ୍ୟକ୍ତି କାଶିନାଥ ସାହୁ ଆରମ୍ଭ କରିଥିବା ବେଳେ କିଛି ବର୍ଷ ହେବ ବ୍ୟାପକ ହୋଇ ଗ୍ରାମପଞ୍ଚାୟତ ଯାକ ହେଉଥିବା ସୂଚନା ମିଳିଛି । ଚଳିତ ବର୍ଷ ୧୧ଗୋଟି ମଣ୍ଡପରେ ବିଭିନ୍ନ ପୌରାଣିକ ବ୍ୟାଖାନ ସହିତ କାର୍ତ୍ତିକେଶ୍ୱରଙ୍କ ମୃଣ୍ମୟ ପ୍ରତିମା ନିର୍ମାଣ କରାଯାଇଥିବା ବେଳେ କିଛି ସ୍ଥାନରେ ସାମାଜିକ ମେଢ଼ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି । ରଗଡ଼ିର ବଡ଼ଦାଣ୍ଡ ସାହି, ବ୍ରାହ୍ମଣ ସାହି, ମଝି ସାହି, ଶାସନ ସାହି, ସବର ସାହି, ମଠ ସାହି, ହରିଜନ ସାହି, ବୁଢ଼ାକାମନା ଦେବ ସାହି, ଶରାକ ସାହି, ଗୁଣ୍ଡି· ପଡ଼ିଆ ସାହି, କୋଟଦ୍ୱାର ଗ୍ରାମରେ ଦେବ ସେନାପତିଙ୍କର ପୂଜାର୍ଚ୍ଚନା ଭକ୍ତିମୟ ପରିବେଶ ମଧ୍ୟରେ ·ଲିଥିବା ଦେଖାଯାଇଛି । ଅଁଳାନବମୀ ଦିନ ପୂଜା କମିଟିର ସଦସ୍ୟମାନେ ନିର୍ଜଳ ଉପବାସ ରହି ପ୍ରତିଷ୍ଠିତ ପୋଖରୀ ନେଳି ପୋଖରୀରେ ରାତ୍ରି ସମୟରେ କୁମ୍ଭାବିଷେକ କରି କାର୍ତ୍ତିକେଶ୍ୱରଙ୍କ କଳସ ସଂସ୍ଥାପନ ପରେ ବୈଦିକ ବ୍ରାହ୍ମଣମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ କାର୍ତ୍ତିକେଶ୍ୱରଙ୍କ ଆବାହନ କରାଯାଇଥିଲା । ଏହାପରେ ସମସ୍ତ ସାହି ମୁରବୀ ଏବଂ ପୂଜା କମିଟିର ସଦସ୍ୟମାନଙ୍କ ମିଳିତ ସହଯୋଗରେ ବାହାରୁ ଆସିଥିବା ଜନସାଧାରଣଙ୍କ ନିମନ୍ତେ ସାଜସଜା ପ୍ରତି ଧ୍ୟାନ ଦିଆଯାଇ ସମସ୍ତ ସୁବନ୍ଦୋବସ୍ତ କରାଯାଇଥିବା ଦେଖାଯାଇଛି । ଗତ କିଛି ବର୍ଷ ହେବ ଏହାକୁ ଅଧିକ ସରସ ସୁନ୍ଦର କରିବା ପାଇଁ କାର୍ତ୍ତିକ ମହୋତ୍ସବର ଆୟୋଜନ କରାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଉଥିବା ଦେଖାଯାଉଛି । ଆସନ୍ତାକାଲିଠାରୁ ରଗଡ଼ି କାର୍ତ୍ତିକ ମହୋତ୍ସବ ଆୟୋଜିତ ହୋଇଥିବା ଜଣାପଡ଼ିଛି । ଏହି ଅବସରରେ ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଉପଜିଲ୍ଲାପାଳ ଅରୁଣ କୁମାର ବିଶ୍ୱାଳ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର, ଯୁବନେତା ତୁଷାରକାନ୍ତି ଚକ୍ରବର୍ତ୍ତୀ, ଯୁବନେତା ବିଶ୍ୱରଞ୍ଜନ ମହାନ୍ତି, ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀ, ପୂର୍ବତନ ବିଧାୟକ ପ୍ରଭାତକୁମାର ତ୍ରିପାଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ବିଭିନ୍ନ ଦିବସରେ ଉପସ୍ଥିତ ରହି ରଗଡ଼ିର ଐତିହ୍ୟ, ପରମ୍ପରା ସମ୍ପର୍କରେ ବକ୍ତବ୍ୟ ଦେବେ ବୋଲି ସୂଚନା ମିଳିଛି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ମା’ଚର୍ଚ୍ଚିକା କଳାପରିଷଦ, ଯୁବ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ନାଇଟ୍ କିଙ୍ଗ୍, ଭୁବନେଶ୍ୱର ଭଜନ ଓ ଡ୍ୟାନ୍ସ, ଭୁବନେଶ୍ୱର ରୋଜ୍ ଟ୍ରି, ଭୁବନେଶ୍ୱର ଅର୍ପନ୍ ଭଏସ୍ ଆଣ୍ଡ୍ ଭାଇବ୍ରେସନ୍ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ବୋଲି ମହୋତ୍ସବ କମିଟି ସମ୍ପାଦକ କ୍ଷୀରୋଦ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏଥିସହିତ ମୀନାବଜାର ଏବଂ ବିଭିନ୍ନ ମନୋରଞ୍ଜନ ଷ୍ଟଲ ନିର୍ମାଣ କରାଯାଇଥିବା ଜଣାପଡ଼ିଛି ।