କୁଜଙ୍ଗ/ତିର୍ତ୍ତୋଲ : କଟକ-ପାରାଦ୍ୱୀପ ରେଳପଥର ବନ୍ଧବାଟୀ ପାଖରୁ ଜଣେ ଯୁବତୀର ମୃତ ଦେହ ରେଳବାଇ ପୁଲିସ ଉଦ୍ଧାର କରିଛି । ମୃତ ଯୁବତୀ ହେଉଛନ୍ତି କୁଜଙ୍ଗ ବ୍ଲକ୍ ବଗଦିଆ ଅଂଚଳ ଚୁନବେଲାରୀ ଗ୍ରାମର ରମେଶ ଓଝାଙ୍କ ଝିଅ ଶୁଭଲକ୍ଷ୍ମୀ ଓଝା । କେହି ଦୁବୃତ୍ତ ହତ୍ୟା କରି ତାକୁ ରେଳଧାରଣାରେ ପକାଇଥିବା ପିତା ରମେଶ ଓଝା ଓ ମା ନରୁପମା ଓଝା ଅଭିଯୋଗ କରିଛନ୍ତି । ରବିବାର ସନ୍ଧ୍ୟାରେ ମୃତ ଶୁଭଲକ୍ଷ୍ମୀର ମୃତ ଦେହ କୁଜଙ୍ଗ ଅଣାଯାଇଥିଲା । ଏହି ଅବସରରେ ଶୁଭଲକ୍ଷ୍ମୀର ମା ନିରୂପମା କହିଛନ୍ତି ଗତକାଲି ସନ୍ଧ୍ୟାରେ ତାଙ୍କ ଝିଅ ତାଙ୍କ ସହ ଫୋନ୍ରେ କଥା ହୋଇଥିବା ବେଳେ କିଛି ଚାପରେ ରହିଥିବା ଆଶଙ୍କା କରିଥିଲେ । ମାତ୍ର ଆଜି ଦିନ ୧୨ଟାରେ ଏହି ଦୁଖଃଦ ଖବର ଦିଆଯାରଇଥିଲା । ଏହି ଘଟଣାରେ ତାର ରୁମ୍ରେ ଥିବା ସହପାଠିନୀ ପ୍ରତି ପରିବାର ସନ୍ଦେହ କରିଥିବା ବେଳେ ଏହି ନେଇ ତିତ୍ତୋଲ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ପୁଲିସ ଅଭିଯୋଗ ରଖିନଥିବା ପରିବାର ଲେକେ କହିଛନ୍ତି । ଏହି ଘଟଣା ପରେ ବଗଦିଆ ଓ ଚୁନ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଏହି ଛାତ୍ରୀଙ୍କ ମୃତୁ୍ୟର କାରଣ ଜଣାପଡିନଥିବା ବେଳେ ରେଳବାଇ ପୁଲିସ ଏକ ୟୁଡି କେସ୍ ଜିଆରପି୍ କଟକ ୮୬ରେ ମାମଲା ରୁଜ୍ଜୁ କରିଛି । ଯୁବତୀ ଜଣଙ୍କର ରେଳ ଯାତ୍ରା ଟିକେଟ୍ ସହ ଅନ୍ୟାନ ସାମଗ୍ରୀ ପଡିଛି । ଏହି ଯୁବତୀ କଟକ ଜଗତପୁର ଗଣପତି ଇଂଜିନିୟରିଂ ଡିପ୍ଲୋମା +୩ୟ ବର୍ଷର ଛାତ୍ରୀ ।