ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉତ୍ସବ

0 352

ପାରାଦୀପ (ଦୀପ୍ତି ରଞ୍ଜନ ଦାସ): ପାରାଦ୍ବୀପ ବନ୍ଦର ପକ୍ଷରୁ ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ଉଦଜୀବିତ କରିବା ପାଇଁ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି। ଚଳିତବର୍ଷ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ୭ ଜଣ ସାଧବ ପୁଅଙ୍କୁ ୭ ଜଣ ସାଧବ ବୋହୂ ବନ୍ଦାପନା କରିବା ସହିତ ଏକ ସୁସଜ୍ଜିତ ବୋଇତରେ ସାଧବ ପୁଅମାନଙ୍କୁ ମେଲାଣି ଦେଇଥିଲେ। ତେବେ ସବୁଠୁ ଗୁରୁତ୍ବ ପୂର୍ଣ୍ଣ କଥା, ବନ୍ଦରର ନିଷିଦ୍ଧାଞ୍ଥଳରେ ଆୟୋଜିତ ଏହି ଉତ୍ସବରେ ସାଧାରଣ ଲୋକମାନଙ୍କୁ ଏଥିରେ ସାମିଲ ହେବାର ସୁଯୋଗ ଦିଆଯାଇଥାଏ। ଭାରତର ୨ୟ ବୃହତ୍ତମ ବନ୍ଦରର ମାନ୍ୟତା ହାସଲ କରିଥିବା ପାରାଦ୍ବୀପ ବନ୍ଦର ଖୁବଶୀଘ୍ର ନମ୍ବର ୧ ବନ୍ଦର ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବନ୍ଦର ଅଧ୍ୟକ୍ଷ।

Leave A Reply

Your email address will not be published.

2 × two =