ନାଉଗାଁ(ମନୋଜ କୁମାର ନାୟକ): ସରକାର ଜରୁରୀକାଳିନ ପରିସ୍ଥିତିରେ ରୋଗୀମାନଙ୍କର ସଙ୍କଟପୂର୍ଣ୍ଣ ଅବସ୍ଥାରେ ପଡିଥିବା ଥିବା ରୋଗୀଙ୍କର ସୁବିଧା ପାଇଁ ୧୦୮ ଆମ୍ବୁଲାନସ ମାଧ୍ୟମରେ ଚିକିସôା ୨୦୧୫ ମସିହାଠାରୁ ଯୋଗେଇଆସୁଛନ୍ତି । କିନ୍ତୁ ବଡ ଦୁଃଖ ଓ ପରିତତାପର ବିଷୟ ଏହି ଯେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗି ନମାନଙ୍କ ଯନ୍ତ୍ରଣାଠାରୁ ଆମ୍ବୁଲାନସର ଯନ୍ତ୍ରଣା ବଢିଯାଇଛି । ଏହି ଆମ୍ବୁଲାନସରେ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଥିଲେ ମଧ୍ୟ ଆମ୍ବୁଲାନସଟି ଏବେ ଜରାଜୀର୍ଣ୍ଣ ବିପଦପୁର୍ଣ୍ଣ ଅବସ୍ଥାରେ ଅଛି । ଦିର୍ଘ ଦିନ ଧରି ମରାମତି ଓ ଏହାର ରକ୍ଷଣାବେକ୍ଷଣ ଅବହେଳାରୁ ଆମ୍ବୁଲାନସଟି ଏବେ ଭଙ୍ଗା ଅବସ୍ଥାରେ ଚାଲିଛି । ଆମ୍ବୁଲାନଓ ଭିତରେ କାଗଜ ପଟା ଓ ଜରି ମରାହୋଇଛି । ଏହିଥିରୁ ଦେଖିଲା ଲୋକହିଁ ଜାଣିପାରିବ ୧୦୮ ଆମ୍ବୁଲାନସଟିର ଅବସ୍ଥା । ଏପରିକି ଜରୁରୀକାଳୀନ ପରିସ୍ଥିତିରେ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଠାରୁ ଆମ୍ବୁଲାନସର ଅବସ୍ଥା ତା ଠାରୁ ଆହୁରି ଗୁରୁତର ଅବସ୍ଥାରେ ଅଛି । ରୋଗୀମାନଙ୍କୁ କେବଳ ଭଗବାନ ସାହା ଆମ୍ବୁଲାନସର ଚକ କାଚ ଓ ସିଟ୍ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ତେଣୁ ଏହି ତେଣୁ ୧୬ଟି ପଂଚାୟତର ଜନସାଧାରଣ ଏହି ୧୦୮ ଆମ୍ବୁଲାନ୍ସ ଉପରେ ଆଉ ଭରଷା କରିପାରୁ ନାହାନ୍ତିି । ତେଣୁ ଜନସାଧାରଣଙ୍କ ସୁବିଧା ପାଇଁ ଆମ୍ବୁଲାନସ ମାଧ୍ୟମରେ ସେବା ପାବା ଆଗାମୀ ଦିନରେ ବନ୍ଦ ହୋଇଯିବ ଏଥିରେ ସନେ୍ଦହ ନାହିଁ । ଏହି ଆମ୍ବୁଲାନସକୁ ମରାମତି କରାଯାଉ କିମ୍ବା ନୂତନ ଆମ୍ବୁଲାନସ. ଯୋଗାଇ ଦେବା ପାଇଁ ଦାବି ହୋଇଛି । ଏ ସମ୍ପର୍କରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସୁନନ୍ଦନ ମହାନ୍ତି ଆମ୍ବୁଲାନସର ସ୍ଥାୟୀତ୍ୱ ପ୍ରତି ଚିନ୍ତା ପ୍ରକଟ କରିଛନ୍ତି ।