ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ବୁଧବାର ଅପରାହ୍ନରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ (୫ ଟି ସଦସ୍ୟା) ମନ୍ଦାନିକୀ କର ପାରାଦୀପ ଗ୍ରସ୍ତରେ ଯାଇଥିଲେ । ପାରାଦୀପରୁ ଫେରିବା ବାଟରେ ତିର୍ତୋଲ ଥାନାକୁ ଅଚାନକଭାବେ ଗ୍ରସ୍ତ କରିଥିଲେ । ତିର୍ତୋଲ ଥାନାରେ ମହିଳା ଓ ଶିଶୁ ସହାୟତା କେନ୍ଦ୍ରଟି ବ୍ୟାପକ ଅବ୍ୟବସ୍ଥା ଭିତରେ ଥିବା ଦେଖିବାକୁ ପାଇଥିଲେ । ଏହି ସମୟରେ ଥାନାଅଧିକାରୀ କୃଷ୍ଣ ପ୍ରସାଦ ମିଶ୍ର ଅନୁପସ୍ଥିତ ଥିଲେ । ଏ ସମ୍ପର୍କରେ ଥାନାଅଧିକାରୀଙ୍କୁ ମନ୍ଦାକିନୀ କର ଟେଳିଫୋନ ଯୋଗେ ପଚାରିବାରୁ ସେ ଏକ ମାସ ସମୟ ମଧ୍ୟେରେ ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଯାହା ସଦସ୍ୟା କର ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଏହା ପରେ ରଥିପୁରଠାରେ ଥିବା ଆଖଣ୍ଡଳମଣି ନୋଡ଼ାଲ ଉ.ପ୍ରା ବିଦ୍ୟାଳକୁ ଗ୍ରସ୍ତ କରିଥିଲେ । ନିଜେ ଶ୍ରେଣୀ ଗୃହ ଭିତରକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ୧୦୯୮ ନମ୍ବର ସର୍ମ୍ପକରେ ପଚାରିବା ସହିତ ଉପସ୍ଥିତ ଥିବା ଶିକ୍ଷୟତ୍ରୀମାନଙ୍କୁ ପଚାରିଥିଲେ । କିନ୍ତୁ ଏହାର ଉତର କେହି ଦେଇପାରିନଥିଲେ । ଏହି ନମ୍ବରଟି ଚାଇଲ୍ଡ ହେଲ୍ପଲାଇନ ନମ୍ବର ବୋଲି ସୂଚନା ଦେଇଥିଲେ । ସରକାର ବିଦ୍ୟାଳୟ ମାନଙ୍କୁ ଏଲଡ଼ି ବଲ୍ବ ଦେଉଥିବାବେଳେ ଶ୍ରେଣୀଗୃହରେ ୧୦୦ ୱାର୍ଟ ବଲ୍ବ ଲାଗିଥିବା ସମ୍ପର୍କରେ ପଚାରିବା ସହିତ ବିଦ୍ୟାଳୟର ସମସ୍ୟା ଦେଖି ବ୍ଲକ ଶିକ୍ଷାଅଧିକାରୀ ଧିରେନ୍ଦ୍ର ଦାଶଙ୍କୁ ଡ଼ାକି ଅବଗତ କରାଇଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଆୟୋଗ ମନ୍ଦାକିନୀ କରଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ସମସ୍ୟାର ସମାଧାନ ପାଇଁ କହିଥିଲେ । ଶେଷରେ ତିର୍ତୋଲ ଶିଶୁ ସମନ୍ନୟ ବିକାଶ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରେ ଶିଶୁ ସମନ୍ନୟ ଅଧିକାରିଣୀ ନିବେଦିତା ବିଭୂତି ରାୟ ଉପସ୍ଥିତ ରହିଥିଲେ । ସେଠାରେ ମନ୍ଦାକିନୀ କର ପହଂଚି ବ୍ଲକରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ସମସ୍ୟା ସମ୍ପର୍କରେ ବୁଝିବା ସହିତ ଏହାର ତାଲିକା ମାଗିଥିଲେ । ପୂର୍ବରୁ ଏହି ବ୍ଲକରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ କିଣା ହୋଇଥିବା ଖେଳନାର ରସିଦ ମାଗିଥିଲେ । ରସିଦ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ଥିବା ସିଡ଼ିପିଓ କହିଥିଲେ । ଏହା ସହିତ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଆୟୋଗ ସଦସ୍ୟା ମନ୍ଦାକିନୀ କରଙ୍କ ସହିତ ଜଗତସିଂହପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଜଗଦୀଶ ସାହୁ ଉପସ୍ଥିତ ଥିଲେ ।