ଚେଳିତୋଳ ବାଲିଯାତ୍ରାର ଦ୍ୱିତୀୟ ସନ୍ଧ୍ୟା

0 587


ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଠାରେ ବାଲିଯାତ୍ରାର ଦ୍ୱିତୀୟ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଚେଳିତୋଳ ବାଲିଯାତ୍ରାର ସଭାପତି ତଥା ବିଧାୟକ ବିଷ୍ଣୁ ଦାସଙ୍କ ଅନୁପସ୍ଥିତରେ ଉପସଭାପତି ବସନ୍ତ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆର. ପ୍ରକାଶ, ମୁଖ୍ୟବକ୍ତା ଓଡ଼ିଶା ସରକାରଙ୍କ ଶିଶୁ ସୁରକ୍ଷା ଅଧିକାର ସଭ୍ୟା ମନ୍ଦାକିନୀ କର, ବିରିଡ଼ି ବ୍ଲକ ଆତ୍ମା ଅଧ୍ୟକ୍ଷ ରବିନାରାୟଣ ଜେନା, ଜିଲ୍ଲାପରିଷଦ ସଭ୍ୟ ପ୍ରତାପ ଚନ୍ଦ୍ର ବେହେରା, ତିର୍ତୋଲ ୧ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ଜିଲ୍ଲାପରିଷଦ ସଭ୍ୟା ଲତା ଦାସ, ଜଗତସିଂହପୁର ବିଜେଡ଼ି ଜିଲ୍ଲା-ଉପସଭାପତି ସରୋଜ କାନ୍ତ ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇ ବାଗ୍ଦେବୀ ମା ଶାରଳାଙ୍କ ଫଟୋ ଚିତ୍ରରେ ପୁଷ୍ୱମାଲ୍ୟ ଅର୍ପଣ କରିବା ସହିତ ପ୍ରଦ୍ୱିପ ପ୍ରଜ୍ୱଳନ କରିଥିଲେ । ଚେଳିତୋଳ ବୋଇତ ବନ୍ଦାଣ ଓ ବାଲିଯାତ୍ରା ଭାଇଚାରା ସୃଷ୍ଟି କରିଥାଏ । ପ୍ରାଚୀନ ଚେଳିତୋଳ ବନ୍ଦର ଓ ନୌବାଣିଜ୍ୟ ପରମ୍ପରା ଉପରେ ତିର୍ତୋଲର ଐତିହ୍ୟ ସଦା ସର୍ବତା ଉଜ୍ୱଳ ହୋଇ ରହିଛିବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଂସ୍କୃତି ସଂଗଠକ ଅମରଜ୍ୟୋତି ସାହୁ ମଂଚ ପରିଚାଳନା କରିଥିବାବେଳେ ବିରିଡ଼ିର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଭୂୟାଁ ସ୍ୱାଗତ ଭାଷଣ ଦେଇଥିଲେ । ପରିଶେଷରେ ବିଜୁ କୃଷକ ଜିଲ୍ଲା ସାଧାରଣ ସମ୍ପାଦକ ଅନ୍ତର୍ଜ୍ୟାମୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ତିର୍ତୋଲ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ତପନ କୁମାର ମହାନ୍ତି, ବିମଳ ମହାପାତ୍ର, ବିନୟ ମହାପାତ୍ର, ଲିଟୁ ସ୍ୱାଇଁ, ପ୍ରଭୂତି ଭୂଷଣ ମହାପାତ୍ର, ରଶ୍ମି ରଞ୍ଜନ ଚୌଧୂରୀ, ମଳୟ ବାରିକ, ଅମୁଲ୍ୟ ଦାସ, ଦେବୀ ପ୍ରସାଦ ମହାପାତ୍ର, ଚିତ ରଞ୍ଜନ ରଥ, ଅରୁଣ ମହାପାତ୍ର, ଦିପକ ଦାସ, ତନ୍ମୟ ଦାସ ସମେତ ପରିଷଦର ସମସ୍ତ ସଭ୍ୟ ପରିଚାଳନା କରିଥିଲେ । ଲୋଇସିହା ବଲଙ୍ଗରୀର ସମ୍ବଲପୁରୀ ଲୋକନୃତ୍ୟ ଓ ସଂଗୀତ, ଜଗତସିଂହପୁର ଦୁଃଖିରାମ ସ୍ୱାଇଁ କଳା ପ୍ରତିÂାନର ଲୋକ ନୃତ୍ୟ ଓ ଭୂବନେଶ୍ୱରର ମଡ଼ର୍ଣ୍ଣ ଡ଼୍ୟାନ୍ସ ଦର୍ଶକମାନଙ୍କ ମନକୁ ଜିଣିପାରିଥିବାବେଳେ ଛୋଟ ବଡ଼ ପିଲାମାନେ ଘୋଡ଼ାରେ ବସି ବାଲିଯାତ୍ରା ପଡ଼ିଆରେ ବୁଲି ମଜାଉଠାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

eighteen − fifteen =