ଚେଳିତୋଳ ବାଲିଯାତ୍ରାରେ ଭାଗବତ ଟୁଙ୍ଗୀ

0 656


ତିର୍ତୋଲ(ସାମନ୍ତରାୟ ମନୋରଂଜନ ଦାସ): ତିର୍ତୋଲର ଗୋପିଆକୁଦ ବାଲିଯାତ୍ରା ପଡ଼ିଆରେ ଏକ ସପ୍ତାବ୍ୟାପି ଭାଗବତ ଟୁଙ୍ଗୀରେ ଭାଗବତ ପାଠ କାର୍ଯ୍ୟକ୍ରମ ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁନନା)ଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଥିବାବେଳେ ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ଉଦଘାଟନ କରିଥିଲେ । ଓଡ଼ିଶା ସରକାରଙ୍କ ଜଳସମ୍ପଦ ଓ ଲୋକସୁଚନା ମନ୍ତ୍ରୀ ରଘୁନନ୍ଦନ ଦାସ ବିଶ୍ୱ କଲ୍ୟାଣାର୍ଥେ ତଥଝା ଏହି ବାଲିଯାତ୍ରାର ସଫଳତା କାମନା କରି ଶ୍ରୀ ଜଗନ୍ନାଥ, ବଳଦେ ଓ ସୁଭଦ୍ରାଙ୍କ ତୈଳ ଚିତ୍ର ନିକଟରେ ପ୍ରଥମ କରି ପ୍ରଦ୍ୱୀପ ପଜ୍ୱଳନ କରି ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥି ସହିତ ୨ୟ ଦିବସରେ ପ୍ରାର୍ଥନା ଚ୍ୟାନେଲର ମନ୍ଥନ କାର୍ଯ୍ୟକ୍ରମର ବିଜ୍ଞାନୀ ଗୁରୁ ଶ୍ରୀସନ୍ଥ ଓ ଧ୍ୟାନକୁଦ ପୀଠର ପୀଠାଧିସ ଆଚାର୍ଯ୍ୟ ପ୍ରେମ ସାଗର ଅରକ୍ଷିତ ଦାସଜୀ ମହାରାଜ ଭାଗବତ ଟୁଙ୍ଗୀରେ ଉପସ୍ଥିତ ହୋଇ ଭାଗବତ ଗ୍ରନ୍ଥ ଏବଂ ଆବାହିତ ଘଟସ୍ଥିତ ସର୍ବ ଦେବା ଦେବୀଙ୍କୁ ପୂଜନଅର୍ଚ୍ଚନ କରିଥିଲେ । ଚେଳିତୋଳ ବାଲିଯାତ୍ରା କମିଟିର ସଂଯୋଜକ ବିମଳ ମହାପାତ୍ର, ତିର୍ତୋଲ ବ୍ଲକଆତ୍ମା ଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ତିର୍ତୋଲ ବ୍ଲକ ପଂଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ତହସିଲଦାର ସୁଜାତା ପାତ୍ର, କୋଷାଧ୍ୟକ୍ଷ ତପନ କୁମାର ମହାନ୍ତି, ସୁଖେନ୍ଦୁ ଦାଶ, ଅମରଜ୍ୟୋତି ସାହୁ, ମଳୟ ।ରିକ୍ଙ୍କ ସମେତ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ । ଆସନ୍ତା ୧୮ ତାରିଖରେ ଏହି ଭାଗବତ ଟୁଙ୍ଗୀର ଉଦଯାପନୀ ହେବ । ରବିନ୍ଦ୍ର ପଣ୍ଡା ଓ ପ୍ରଭାତ ରଞ୍ଜନ କର ପୂଜାହୋମ ଇତ୍ୟାଦି କାର୍ଯ୍ୟ ସଂପାଦନ କରିଥିଲେ ।

Leave A Reply

Your email address will not be published.

three × 4 =