ପାରାଦୀପ(ଦୀପ୍ତିରଂଜନ ଦାସ): ପାରାଦ୍ୱୀପର ବିଜୁ ମଇଦାନଠାରେ କଳିଙ୍ଗ ବାଲିଯାତ୍ରା ୨୦୧୯ ଶୁଭ ଉଦ୍ଘାଟନ ଅବସରରେ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଫଟୋ ପ୍ରଦର୍ଶନୀ ଓଡିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଓ ଆଇନ୍ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶୀନୀ ବିଶ୍ୱାଳ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍, ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଧୀର, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଏହି ୮ଦିନ ବ୍ୟାପି ମହୋତ୍ସବରେ ଓରମାସ ପକ୍ଷରୁ ୧୩୦ଟି ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲମାନଙ୍କରେ ଟେରାକୋଟା, କାଇଁଚ, ଚାନ୍ଦୁଆ, ନଡିଆତେଲ, କାର୍ପେଟ୍, ହ୍ୟାଣ୍ଡଲୁମ, କନ୍ଧମାଳ ହଳଦୀ, କେନ୍ଦୁଝର ବଡି, ରାଜସ୍ତାନୀ ଫୁଡ୍ ଓ ହ୍ୟାଣ୍ଡଲୁମ୍, ଅଗରବତୀ, ଫିନାଇଲ, ସମ୍ବଲପୁରୀ ଶାଢୀ ଓ ପଟ୍ଟଚିତ୍ର ଆଦି ବିକ୍ରୟ କରାଯାଉଛି । ପ୍ରକଳ୍ପ ନିଦେ୍ର୍ଧଶକ ସରୋଜକାନ୍ତ ମହାନ୍ତି, ଓରମାସ ଡେପୁଟି ସିଇଓ ସତ୍ୟସୁନ୍ଦର ଶିବରାମ ପାଇଟାଳ, ପ୍ରଭାତ କୁମାର ଦାଶ ଏହି ଷ୍ଟଲକୁ ପରିଚାଳନା କରୁଛନ୍ତି ।