କଳିଙ୍ଗ ବାଲିଯାତ୍ରା ମହୋତ୍ସବର ଚତୁର୍ଥ ସଂଧ୍ୟା: ଜନ ସମାବେଶରେ ଫାଟି ପଡୁଛି ବିଜୁ ମଇଦାନ

0 608


ପାରାଦୀପ/ଅଠରବାଙ୍କୀ(ସ୍ମୃତିରଂଜନ ଜେନା): ସମୁଦ୍ର ବେଳାଭୂମୀର ବିଜୁ ମଇଦାନରେ ଆୟୋଜିତ ପାରାଦୀପ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ମହୋତ୍ସ-୨୦୧୯’ର ଆଜି ଚତୁର୍ଥ ସଂଧ୍ୟାର ମୁଖ୍ୟ ଅତିଥି ଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମାହାନ୍ତି , ଜନସମାବେଶରେ ଫାଟି ପଡୁଥିଲା ବିଜୁ ମଇଦାନ । ଗୋଟିଏ ପଟେ ହନୁମାନ ମନ୍ଦିର ଠାରୁ, ଅପର ପଟେ ଷଣ୍ଢକୁଦ ବସ୍ତି ଠାରୁ ଓ ମଧୁବନସ୍ଥିତ ଅଫିସର୍ସ କ୍ଲବ ଠାରୁ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଚାରି ଚକିଆ ଓ ଦୁଇ ଚକିଆ ଯାନ ଧାଡି ବାନ୍ଧିଥିବା ଦେଖିବାକୁ ମିଳିଛି । ସାଂକୃତିକ କାର୍ଯ୍ୟକ୍ରମ ସାଂଗକୁ ପଲ୍ଲିଶ୍ରୀ ମେଳାରେ ମହିଳା ମାନଙ୍କ ପ୍ରବଳ ଭିଡ ଲାଗିଥିବା ଦେଖିବାକୁ ମିଳିଛି । ପାରାଦୀପ ପୋର୍ଟ ମେଡିକାଲ ପକ୍ଷରୁ ମାଗଣାରେ ସ୍ୱାସ୍ଥ୍ୟ ପରିକ୍ଷା କରାଯାଉଥିଲା । ଏହି ମେଳାରେ ଓରମାସ୍ ପକ୍ଷରୁ ୧୩୦ଟି ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲମାନଙ୍କରେ ଟେରାକୋଟା କାଇଁଚ,ଚାନ୍ଦୁଆ,ନଡିଆତେଲ,କାର୍ହେଟ, ହ୍ୟାଣ୍ଡଲୁମ, କନ୍ଧମାଳ ହଳଦୀ, କେନ୍ଦୁଝର ବଡି, ରାଜସ୍ଥାନୀ ଫୁଡ୍ ଓ ହ୍ୟାଣ୍ଡଲୁମ, ଅଗରବତୀ, ଫିନାଇଲ ଓ ପଟ୍ଟଚିତ୍ର ଆଦି ସାମଗ୍ରି ବିକ୍ରୟ କରାଯାଉଛି ।

Leave A Reply

Your email address will not be published.

five × 5 =