ପାରାଦ୍ୱୀପ ଆଦର୍ଶ ଥାନା ଏସ୍ଆଇ ପଦ୍ମାଳୟା କ୍ରାଇମବ୍ରାଂଚ ଦ୍ୱାରା ସମ୍ମାନୀତ

0 555


ପାରାଦ୍ୱୀପ (ଦୀପ୍ତିରଂଜନ ଦାସ): ପାରାଦ୍ୱୀପ ଆଦର୍ଶ ଥାନାର ଏସ୍ଆଇ ପଦ୍ମାଳୟା ପ୍ରଧାନଙ୍କୁ ରାଜ୍ୟ କ୍ରାଇମବ୍ରାଂଚ ପକ୍ଷରୁ ସମ୍ମାନୀତ ଓ ସମ୍ବର୍ଦ୍ଧନା କରାଯାଇଛି । ଏସ୍ଆଇ ପ୍ରଧାନ ଜଣେ ଦକ୍ଷ, ସଚ୍ଚୋଟ ଓ ସାହାସୀ ପୋଲିିସ ଅଫିସର । ତେବେ ଜଗତସିଂହପୁର ଥାନାରେ ୧୧୯, ତା୦୬.୦୫.୨୦୧, ୟୁଏସ୍-୪୫୦/୩୭୬/(୨) (ଆଇ)୫୧୧/୩୫୪ ଆଇପିସି ରେ ଏକ ରେପ୍ କେସ୍ରେ ଆସାମୀ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଇବାରେ ପଦ୍ମାଳୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମୀକା ପାଇଁ ତାଙ୍କୁ ସମ୍ମାନୀତ କରାଯାଇଛି । ଗତ ୮ତାରିଖ ଦିନ ରାଜ୍ୟ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ୨୫ଜଣ ପୋଲିସ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଏହି ସମ୍ବର୍ଦ୍ଧନା ପର୍ବରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦ୍ୱୀପ ଆଦର୍ଶ ଥାନାର ଏସ୍ଆଇ ପ୍ରଧାନଙ୍କୁ ଏହି ସମ୍ମାନ ମିଳିବା ପରେ ପାରାଦ୍ୱୀପ ତଥା ଜିଲ୍ଲା ପୋଲିସ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ସମ୍ବର୍ଦ୍ଧନା ଉସôବରେ ଅତିରିକ୍ତ ଡିଜି ସନ୍ତୋଷ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୋଲିସ ଡିଜି ବିଜୟ କୁମାର ଶର୍ମା ଯୋଗଦେଇ ସମ୍ମାନ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏଠାରେ ପ୍ରକାଶଥାଉକି ପାରାଦ୍ୱୀପ ଆଦର୍ଶ ଥାନାରେ ଆରକ୍ଷୀ ନିରକ୍ଷକ ରଜନୀକାନ୍ତ ସାମଲ ଆସନ୍ତା ୨୦୨୦ ଜାନୁଆରୀ ୨୬ ତାରିଖରେ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ରାଷ୍ଟ୍ରପତି ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.

15 − eleven =