କଳିଙ୍ଗ ବାଲିଯାତ୍ରାରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ମାଗଣା ଏଡ୍ସ୍ ଓ ମଧୁମେହ ଶିବର

0 492

ପାରାଦ୍ୱୀପ (ଦିପ୍ତୀରଂଜନ ଦାସ): ପାରାଦ୍ୱୀପ ଠାରେ ଚାଲିଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବରେ ବିଭିନ୍ନ ବ୍ୟବସାୟୀ ପ୍ରତିÂାନ, ସରକାରୀ ଅନୁÂାନ, ଓଡମାସ ସମେତ ପାରାଦ୍ୱୀପ ବନ୍ଦର, ଇଫକୋ, ଆଇଓସିଏଲ ପ୍ରଭୃତି ସଂସ୍ଥାମାନେ ସେମାନଙ୍କର ବ୍ୟବସାୟ ଓ ପ୍ରଚାର ପ୍ରସାର ପାଇଁ ଷ୍ଟଲମାନ ଖୋଲିଥାନ୍ତି । କିନ୍ତୁ ଚଳିତବର୍ଷ ପ୍ରଥମଥର ପାଇଁ ଏହି ମହୋତ୍ସବରେ ପାରାଦ୍ୱୀପ ବନ୍ଦର ପକ୍ଷରୁ ଏକ ମାଗଣା ଏଡ୍ସ୍ ଓ ମଧୁମେହ ରୋଗ ପରିକ୍ଷା ଶିବୀର ଖୋଲାଯାଇଛି । ବନ୍ଦର ଚିକିସôାଳୟର ମୁଖ୍ୟ ଚିକିସôାଧିକାରୀ ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱ ଓ ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତୀ ସହଯୋଗରେ ଏହି ପରିକ୍ଷା ଶିବୀର ଅନୁଷ୍ଠିତ ହେଉଛି । ଏହି ଶିବୀର ୮ଦିନ ଧରି ଚାଲିବ । ତେବେ ଅନ୍ୟାନ୍ୟ ଷ୍ଟଲ ଅପେକ୍ଷା ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ହୋଇ ନିଜର ସ୍ୱାସ୍ଥ୍ୟ ପରିକ୍ଷା କରାଉଥିବାର ଦେଖିବାକୁ ମିଳୁଛି । ତେବେ ବନ୍ଦର ପକ୍ଷରୁ ଏପରି ଦୃଷ୍ଟାନ୍ତ ମୂଳକ ଷ୍ଟଲ ଖୋଲାଯାଇଥିବାରୁ ବନ୍ଦର କତ୍ତୃପକ୍ଷଙ୍କୁ ସାଧାଣରେ ପ୍ରସଂସା କରାଯାଇଛି ।

Leave A Reply

Your email address will not be published.

13 − 3 =