ତିର୍ତୋଲ: ତିର୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଂଚାୟତ ଦଶମାଣକୁଳ ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଏକାଦଶ ବାର୍ଷିକ ମାତୃସମ୍ମିନଳୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅତିଥିଭାବେ ପ୍ରବଚିକା ସୁଶ୍ରୀ ସସ୍ମିତା ଦାଶ ଯୋଗଦାନ କରିଥିଲେ । ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ହୋତା ଅତିଥି ପରିଚୟ ପ୍ରଦାନ କରିବା ସହିତ ପ୍ରତିଷ୍ଠାତା ନିମାଁଇ ଚରଣ ପରିଜାଙ୍କ ବାର୍ତା ପଠନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଯଗୀତ ଗାନ କରାଯାଇଥିଲା । ଅତିଥିମାନଙ୍କଦ୍ୱାରା ଭାରତାମାତା ଫଟୋ ଚିତ୍ରରେ ପୁଷ୍ୱମାଲ୍ୟ ଅର୍ପଣ କରାଯିବା ସହିତ ପ୍ରଦ୍ୱିପ ପ୍ରଜ୍ୱଳନ କରାଯାଇ ବନ୍ଦନା ଗାନ କରାଯାଇଥିଲା । ସମ୍ପାଦକ ତି୍ରଲୋଚନ ଆଚାର୍ଯ୍ୟ ମାତୃ ସମ୍ମିଳନୀର ଉଦେ୍ଧଶ୍ୟ ଉପରେ ଆଲୋକପାତ କରିଥିଲେ । ସୁଶ୍ରୀ ସସ୍ମିତା ଦାଶ ନିଜ ବକ୍ତବ୍ୟରେ ମା’ର ଆବଶ୍ୟକତା ଓ ପିଲାର ଭବିଷ୍ୟତ ଗଢ଼ିବାରେ ପ୍ରମୁଖ ଭୂମିକା ସମ୍ପର୍କରେ ଦର୍ଶାଇଥିଲେ । ଶିଶୁ ମନ୍ଦିର ପରିଚାଳନା ସମିତିର ଉପସଭାପତି ପ୍ରଫୁଲ କୁମାର ଦାସ ଓ ସଭ୍ୟ ପ୍ରଦୀପ କୁମାର ମହାନ୍ତି ନିଜ ବକ୍ତବ୍ୟରେ ମା ସର୍ବଂସହା ବୋଲି ଦର୍ଶାଇଥିଲେ । ପରିଚାଳନା ସମିତିର କୋଷାଧ୍ୟକ୍ଷ ଗୋଲକ ବିହାରି ହୋତା, ପୂର୍ବତନ ସଭାପତି ଗୌରାଙ୍ଗ ଚରଣ ମହାପାତ୍ର, ଯୁଗ୍ମସମ୍ପାଦିକା ହରପି୍ରୟା ମହାପାତ୍ର, ସଭ୍ୟା ନଳୀନୀ ପ୍ରଭା ବେହେରା ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସର୍ବଶେଷରେ ଶିଶୁ ମନ୍ଦିରର ବରିଷ୍ଠ ଆଚାର୍ଯ୍ୟା ସୁଶ୍ରୀ ସୁଜାତା ପରିଜା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩ ଶହରୁ ଉର୍ଦ୍ଧ ମା ମାନେ ଯୋଗଦେଇଥିବାବେଳେ ଶିଶୁ ମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଉପସ୍ଥିତ ରହି ପରିଚାଳନା କରିଥିଲେ ।